www.samajalive.in
Wednesday, December 10, 2025
26.1 C
Bhubaneswar

ମାରୁତି ସୁଜୁକିର ନୂଆ ଭିଟାରା ବ୍ରିଜା

ଭୁବନେଶ୍ୱର : ମାରୁତି ସୁଜୁକି ଇଣ୍ଡିଆ ପକ୍ଷରୁ ତାହାର ନୂତନ କାର୍‍ ଭିଟାରା ବ୍ରିଜାର ଉନ୍ମୋଚନ କରାଯିବା ସହିତ ମୂଲ୍ୟ ଘୋଷଣା କରାଯାଇଛି। କମ୍ପାନୀର ଅଧୁନାତମ ପ୍ଲାଟଫର୍ମରେ ଏହି କମ୍ପାକ୍ଟ ଏସୟୁଭି ଭିଟାରା ବ୍ରିଜା ନିର୍ମାଣ କରାଯାଇଛି ଏବଂ ଏହା ଉନ୍ନତ ସ୍ପୋର୍ଟିନେସ, ବୋଲ୍‍ଡ ଲୁକ୍‍, ପ୍ରିମିୟମ ଇଣ୍ଟେରିୟର ସହିତ ଏକାଧିକ ବୈଶିଷ୍ଟ୍ୟ ପ୍ରଦାନ କରୁଛି। ଏଥିରେ ୧.୫ ଲିଟର ପେଟ୍ରୋଲ ଇଞ୍ଜିନ ଖଞ୍ଜାଯାଇଥିବାବେଳେ ଏହା ବିଏସ-୬ ନିର୍ଗମନ ସର୍ତ୍ତ ପରିପାଳନ କରୁଛି। ଏଥିରେ ୫ ସ୍ପିଡ ମାନୁଆଲ ଏବଂ ଅତ୍ୟାଧୁନିକ ଟ୍ରାନ୍‍ସମିଶନ ବ୍ୟବସ୍ଥା ରହିଛି। ନୂଆ ଭିଟାରା ବ୍ରିଜା ସିଜଲିଂ ରେଡ ସହ ମିଡନାଇଟ ବ୍ଲାକ ରୁଫ, ଟର୍କ ବ୍ଲୁ ସହ ମିଡନାଇଟ ବ୍ଲାକ ରୁଫ ଏବଂ ଗ୍ରାନାଇଟ ଗ୍ରେ ସହିତ ଅଟମ ଅରେଞ୍ଜ ରୁଫ୍‍ ଭଳି ତିନିଟି ଡୁଆଲ ଟୋନ୍‍ କଲରରେ ଉପଲବ୍ଧ ହେଉଛି। ଏହାର ଶୁଭାରମ୍ଭ ଅବସରରେ ମାରୁତି ସୁଜୁକି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେନିଚି ଆୟୁକାୱା କହିଛନ୍ତି, ଗ୍ରାହକଙ୍କ ଇଚ୍ଛା ଓ ଆକାଙ୍‍କ୍ଷା ସହିତ ତାଳଦେଇ ମାରୁତି ସୁଜୁକି ଅନୁରୂପ ଆବଶ୍ୟକତା ପୂରଣ ଦିଗରେ ଉଦ୍ୟମ କରୁଛି। ଭିଟାରା ବ୍ରିଜା ଗତ ୪ବର୍ଷ ମଧ୍ୟରେ ସର୍ବାଧିକ ଶକ୍ତିଶାଳୀ ବ୍ରାଣ୍ଡ୍‍ରେ ପରିଣତ ହୋଇପାରିଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories