www.samajalive.in
Friday, December 12, 2025
19.1 C
Bhubaneswar

ମର୍କେଲଙ୍କ ଭାରତ ଗସ୍ତ; ପ୍ରଦୂଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ :ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଭାରତ ତିନିଦିନିଆ ଗସ୍ତରେ ଆସିଛନ୍ତି। ଗୁରୁବାର ରାତିରେ ସେ ଏଠାରେ ପହଞ୍ଚିଛନ୍ତି । ତେବେ ଦିଲ୍ଲୀର ବାୟୁମଣ୍ଡଳ ଅତ୍ୟଧିକ ପ୍ରଦୂଷିତ ଥିବାରୁ ଜର୍ମାନୀ ଦୂତାବାସ ପକ୍ଷରୁ ମର୍କେଲଙ୍କ ପାଇଁ ସ୍ବତନ୍ତ୍ର ପ୍ରଦୂଷଣନିରୋଧୀ ମୁଖା ବା ମାସ୍କ ବ୍ୟବସ୍ଥା କରାଯାଇଛି। ମର୍କେଲ ତାଙ୍କ ପ୍ରତିନିଧି ମଣ୍ଡଳୀଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଥିବା ସମସ୍ତ ହୋଟେଲରେ ବାୟୁ ବିଶୋଧନକାରୀ ଯନ୍ତ୍ର ଲଗାଯାଇଛି। ମର୍କେଲଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର ୧୫ ସଦସ୍ୟଙ୍କ ମଧ୍ୟରୁ ୧୨ଜଣ ଭାରତ ଆସିଛନ୍ତି। ଏହି ଗସ୍ତ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହ ବିଭିନ୍ନ କମ୍ପାନୀ ଓ ବ୍ୟାବସାୟିକ ସଂସ୍ଥାର ମୁଖ୍ୟଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୧ରେ ରାଷ୍ଟ୍ରପତି ଭବନରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନାର ବ୍ୟବସ୍ଥା ହୋଇଛି। ଅସୁସ୍ଥ ମର୍କେଲଙ୍କ ପାଇଁ ଭାରତୀୟ କର୍ତ୍ତୃପକ୍ଷ ସତର୍କତା ଅବଲମ୍ବନ କରୁଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories