ବଡଦାଣ୍ଡରେ ଠେଲାପେଲା: ଅନେକ ପୁଲିସ କର୍ମୀ ଆହତ, ଜଣଙ୍କ ଗୋଡ ଭାଙ୍ଗିଲା

ପୁରୀ : ରଥଯାତ୍ରା ସମୟରେ ବଡଦାଣ୍ଡରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଏକାଧିକ ଆହତ ହୋଇଥିବାବେଳେ ଅଣନିଶ୍ବାସୀ ହୋଇ ଜଣେ ଭକ୍ତ ପ୍ରାଣ ହରାଇଛନ୍ତି । ନନ୍ଦିଘୋଷ ଟଣାବେଳେ ଅନେକ ଆହତ ହୋଇଥିବାବେଳେ ତାଳଧ୍ବଜ ରଥ ଟାଣିବା ସମୟରେ ହିନ୍ଦୀ ସ୍କୁଲ ଛକ ପାଖରେ ଠେଲାପେଲା ହୋଇଛି । ଏଥିରେ ଅନେକ ଭକ୍ତ ଆହତ ହୋଇ ପୁରୀ ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ସମୟରେ  ଜଣେ ଟ୍ରାଫିକ୍ ପୁଲିସଙ୍କ ଗୋଡ ଭାଙ୍ଗିବା ସହିତ ଅନ୍ୟ କିଛି ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଭିଡରେ ଫସିଥିବା କିଛି ପୁଲିସ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କାର୍ଯ୍ୟରତ ୨ ପୁଲିସ କର୍ମଚାରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୫ରୁ ୬ ଆମ୍ବୁଲାନ୍ସରେ ଆହତ ସମସ୍ତଙ୍କୁ ତୁରନ୍ତ ମେଡିକାଲ ଅଣାଯାଉଛି ।

ରଥଯାତ୍ରାରେ ଅଘଟଣ: ୮ ଆହତ, ଜଣେ ମୃତ

Comments are closed.