www.samajalive.in
Monday, December 8, 2025
27.1 C
Bhubaneswar

ଶାହାରୁଖଙ୍କ ମନ୍ନତକୁ ମନ୍ଦିର ମଣିଲେ ନବ-ଦମ୍ପତି

ମୁମ୍ବଇ : ବଲିଉଡ଼ ବାଦଶାହ ଶାହାରୁଖ୍ ଖାନ୍ ଦେଶ-ବିଦେଶରେ ଯେତିକି ଲୋକପ୍ରିୟ, ସେତିକି ଲୋକପ୍ରିୟ ମୁମ୍ବଇ ସ୍ଥିତ ତାଙ୍କ ବାସଭବନ ମନ୍ନତ। ନିକଟରେ ଏକ ନବଦମ୍ପତି ତାଙ୍କର ଏହି ଘରକୁ ପୁଣି ଚର୍ଚ୍ଚାର ପରିସରକୁ ଆଣିଛନ୍ତି। ବିବାହ ପରେ ନବଦମ୍ପତି ମନ୍ଦିର ଯିବା ପରିବର୍ତ୍ତେ ଶାହାରୁଖଙ୍କ ଘର ମନ୍ନତ ଆଗକୁ ଯାଇ ଫଟୋ ଉଠାଇଛନ୍ତି। ଦୁହିଁଙ୍କ ପାଇଁ ଶାହାରୁଖଙ୍କ ଘର ମନ୍ଦିର ସମାନ ବୋଲି କହି ଦୁହେଁ ସେଠାକୁ ଯିବା ସହ ଘର ଆଗରେ ଫଟୋ ଉଠାଇଛନ୍ତି। ଦୁହେଁ ଶାହାରୁଖଙ୍କ ଭଙ୍ଗିରେ ଠିଆ ହୋଇ ଫଟୋ ଉଠାଇଥିବା ଦେଖାଯାଇଥିଲା। ଏହି ସମୟରେ ଶାହାରୁଖ୍ ଦୁହିଁଙ୍କୁ ଦେଖି ବାଲ୍କୋନୀରୁ ହାତ ହଲାଇଥିଲେ।

ପରେ ସ୍ବାମୀ ଧ୍ରୁବ ସେହି ଫଟୋଟିକୁ ନିଜ ଟ୍ବିଟର ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି, ‘‘ବିବାହ ପରେ ମନ୍ଦିର ଯିବା ଉଚିତ। ଆମେ ଠିକ୍ ତାହା କରିଛୁ। ଶାହାରୁଖ୍ ଜୀ ଆମେ ଜାଣିଛୁ ଆପଣ ଆମକୁ ଦେଖିବା ସହ ହାତ ହଲାଇଥିଲେ। ଧନ୍ୟବାଦ ସାର୍, ଆମ ଦିନକୁ ଏତେ ଖାସ୍ କରିବା ପାଇଁ।’’ ଧ୍ରୁବଙ୍କ ଏହି ଟ୍ବିଟ୍ ଶାହାରୁଖ୍ ଦେଖିବା ସହ ପ୍ରତିକ୍ରିୟାରେ ‘ଭଗବାନ ତୁମକୁ ଆଶୀର୍ବାଦ୍ କରନ୍ତୁ’ ବୋଲି ଲେଖିଥିଲେ। ସୂଚନା ମୁତାବକ, ଏହା ପୂର୍ବରୁ ଜୁନ୍୬, ୨୦୧୮ରେ ଧ୍ରୁବ୍ ଟ୍ବିଟରରେ ଶାହାରୁଖଙ୍କୁ ଟ୍ୟାଗ୍ କରି ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ‘‘ଆମେ ଡିସେମ୍ବରରେ ବିବାହ କରୁଛୁ। ଆପଣଙ୍କର ଆଶୀର୍ବାଦ ଦରକାର। ଆପଣ ନ ଆସି ମଧ୍ୟ ଏହି ଟ୍ବିଟରରେ ଜବାବ ଦେଲେ ତାହା ଆପଣଙ୍କ ଉପସ୍ଥିତି ଜାହିର୍ କରିବ’’ ବୋଲି ଧ୍ରୁବ ଲେଖିଥିଲେ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories