www.samajalive.in
Friday, December 5, 2025
23.1 C
Bhubaneswar

ଆଜି ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଥିବା ଆକର୍ଷଣ ହିଁ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗୋଟିଏ ବହୁତ ବଡ଼ ଶ୍ରଦ୍ଧାଞ୍ଜଳି: ମୋଦୀ

ନୂଆଦିଲ୍ଲୀ: ଆଜି ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଯେଉଁ ଆକର୍ଷଣ ଦେଖିବାକୁ ମିଳୁଛି, ତାହାହିଁ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗୋଟିଏ ବହୁତ ବଡ଼ ଶ୍ରଦ୍ଧାଞ୍ଜଳି ବୋଲି ରବିବାର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି।

ମୋଦୀ କହିଛନ୍ତି ଯେ, ଆମେ ସମସ୍ତେ ଜାଣିଛୁ ଯେ ଆଜି ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ। ଆମ ଦେଶ ତାଙ୍କ ସ୍ମୃତିରେ ଏହି ଦିନଟିକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ମଧ୍ୟ ପାଳନ କରିଥାଏ। ମୁଁ ଭାବୁଥିଲି ଯେ, ଆଜି ମେଜର ଧ୍ୟାନଚାନ୍ଦଙ୍କ ଆତ୍ମା ଯେଉଁଠି ବି ଥିବ, ବହୁତ ଖୁସି ଅନୁଭବ କରୁଥିବ। କାରଣ ବିଶ୍ୱରେ ହକି କ୍ଷେତ୍ରରେ ଭାରତ ପାଇଁ ସୁନାମ ଆଣିବାର କାମ ଧ୍ୟାନଚାନ୍ଦଙ୍କ ହକି ହିଁ କରିଥିଲା। ଆଉ ତା ପରେ, ଚାରି ଦଶନ୍ଧି ପରେ, ଭାରତର ଯୁବଗୋଷ୍ଠୀ, ଭାରତର ପୁଅ-ଝିଅମାନେ ହକିକୁ ପୁନର୍ଜୀବନ ପ୍ରଦାନ କଲେ। ଯେତେ ପଦକ ମିଳିଲେ ବି ହକିରେ ଯେପର୍ୟ୍ୟନ୍ତ ପଦକ ନ ମିଳିଛି ଭାରତର କୌଣସି ନାଗରିକ ବିଜୟର ଆନନ୍ଦ ଅନୁଭବ କରିପାରନ୍ତି ନାହିଁ। ଏଥର ଚାରି ଦଶନ୍ଧି ପରେ ହକିରେ ପଦକ ମିଳିଲା। ଆପଣ କଳ୍ପନା କରିପାରୁଥିବେ, ମେଜର ଧ୍ୟାନଚାନ୍ଦଙ୍କ ଆତ୍ମା କେତେ ପ୍ରସନ୍ନତା ଅନୁଭବ କରୁଥିବ ? ତାଙ୍କର ସମ୍ପୂର୍ଣ୍ଣ ଜୀବନ କ୍ରୀଡ଼ା ପ୍ରତି ସମର୍ପିତ ଥିଲା। ତେଣୁ ଆଜି ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆମେ ଯେଉଁ ଆକର୍ଷଣ ଦେଖୁଛୁ କିମ୍ବା ପିଲାମାନେ ଖେଳକୁଦରେ ଉନ୍ନତି କଲେ ବାପା-ମାଆଙ୍କ ଯେଉଁ ଖୁସି ଦେଖୁଛୁ, କ୍ରୀଡ଼ା ପ୍ରତି ଯେଉଁ ଆକର୍ଷଣ ଦେଖିବାକୁ ମିଳୁଛି, ମୋ ମତରେ ଏହାହିଁ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗୋଟିଏ ବହୁତ ବଡ଼ ଶ୍ରଦ୍ଧାଞ୍ଜଳି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories