www.samajalive.in
Friday, December 5, 2025
23.1 C
Bhubaneswar

ଭାରତୀୟ ଯୁବବର୍ଗର ପରିଚୟ ଇଣ୍ଟେଲିଜେନ୍ସ, ଆଇଡିଆ ଓ ଇନ୍ନୋଭେସନ୍ – ପ୍ରଧାନମନ୍ତ୍ରୀ

ଡେସ୍କ: ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଇଣ୍ଟେଲିଜେନ୍ସ, ଆଇଡିଆ ଓ ଇନ୍ନୋଭେସନ୍ ଆଜି ଭାରତୀୟ ଯୁବବର୍ଗର ପରିଚୟ ପାଲଟିଛି। ସେ କହିଛନ୍ତି ଯେ ତା’ସହିତ ଟେକ୍ନୋଲଜି ଯୋଗହେବା ଫଳରେ ଲୋକମାନଙ୍କର ବୌଦ୍ଧିକ କ୍ଷମତା ନିରନ୍ତର ଭାବେ ବୃଦ୍ଧି ପାଇଚାଲିଛି। ଏହା ଦେଶର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୨୦୨୨ରେ ଭାରତୀୟମାନଙ୍କ ପ୍ୟାଟେଂଟ ଆବେଦନରେ ୩୧ ପ୍ରତିଶତରୁ ଊର୍ଦ୍ଧ୍ୱ ବୃଦ୍ଧି ଘଟିଛି। ୱାର୍ଲଡ୍ ଇଂଟେଲେକ୍ଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ୍ ଗୋଟିଏ ଅତି କୌତୂହଳପ୍ରଦ ରିପୋର୍ଟ ଜାରି କରିଛନ୍ତି। ଏହି ରିପୋର୍ଟ ଅନୁସାରେ, ପ୍ୟାଟେଣ୍ଟ ଫାଇଲ୍ କରିବାରେ ଅଗ୍ରଣୀ ୧୦ଟି ଦେଶମାନଙ୍କ କ୍ଷେତ୍ରରେ ମଧ୍ୟ ଆଗରୁ ଏଭଳି ଦେଖାଯାଇନାହିଁ। ଏହି ସୁନ୍ଦର ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ଯୁବବନ୍ଧୁମାନଙ୍କୁ ଅନେକ ଅଭିନନ୍ଦନ ଜଣାଇଛନ୍ତି।

ସେ କହିଛନ୍ତି, ୧୦ ବର୍ଷ ପୂର୍ବର ପରିସଂଖ୍ୟାନ ସହ ତୁଳନା କଲେ, ଆଜି ଆମ ପ୍ୟାଟେଣ୍ଟକୁ ୧୦ ଗୁଣ ଅଧିକ ମଞ୍ଜୁରୀ ମିଳୁଛି। ଆମେ ସମସ୍ତେ ଜାଣୁ ଯେ, ପ୍ୟାଟେଣ୍ଟ ଯୋଗୁଁ କେବଳ ଦେଶର ଇଂଟେଲେକଚୁଆଲ୍ ପ୍ରପର୍ଟି ବୃଦ୍ଧି ପାଏ, ତାହା ନୁହେଁ, ବରଂ ଏହାଦ୍ୱାରା ନୂଆ ନୂଆ ସୁଯୋଗର ଦ୍ୱାର ମଧ୍ୟ ଉନ୍ମୁକ୍ତ ହୋଇଥାଏ। କେବଳ ସେତିକି ନୁହେଁ, ଏହା ଆମର ଷ୍ଟାର୍ଟ-ଅପ୍ ଗୁଡ଼ିକର ଶକ୍ତି ଏବଂ କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ। ଅଟଲ୍ ଟିଂକରିଂ ଲ୍ୟାବ୍, ଅଟଲ୍ ଇନ୍ନୋଭେସନ୍ ମିଶନ୍, କଲେଜଗୁଡ଼ିକ ମଧ୍ୟରେ ଇନ୍କ୍ୟୁବେଶନ୍ ସେଣ୍ଟର, ଷ୍ଟାର୍ଟ-ଅପ୍ ଇଣ୍ଡିଆ ଅଭିଯାନ, ଏଭଳି ନିରନ୍ତର ପ୍ରଚେଷ୍ଟାଗୁଡ଼ିକର ପରିଣାମ ଆଜି ଦେଶବାସୀମାନଙ୍କ ସମ୍ମୁଖରେ ରହିଛି ବୋଲି ସେ କହିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories