www.samajalive.in
Saturday, December 6, 2025
26.1 C
Bhubaneswar

ଏଠାରେ ଫଳ କିମ୍ବା ମିଠା ନୁହେଁ ବରଂ ଭଗବାନଙ୍କ ନିକଟରେ ଭୋଗ ହୋଇଥାଏ ଚକୋଲେଟ

ଘରେ ହେଉ ଅଥବା ମନ୍ଦିରରେ ସାଧାରଣତଃ ଭଗବାନଙ୍କ ନିକଟରେ ଭୋଗ ଭାବେ ନଡ଼ିଆ, କଦଳୀ, ମିଠା, ଲଡ଼ୁ, ମିଶ୍ରି, ସୁଜି ହାଲୱା ଆଦି ଭୋଗ ହୋଇଥାଏ। କିନ୍ତୁ କେବେ ଶୁଣିଛନ୍ତି କି ଭଗବାନଙ୍କ ନିକଟରେ ଚକୋଲେଟ ଭୋଗ ଲାଗିବା। ଆଜ୍ଞା ହଁ ଆମ ଦେଶରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଫଳ କିମ୍ବା ମିଠା ନୁହେଁ ବରଂ ଚକୋଲେଟ ଭୋଗ ଲଗାଯାଏ। ଭୋଗ ଲାଗିବା ପରେ ଏହାକୁ ସର୍ବ ସାଧାରଣରେ ବାଣ୍ଟି ଦିଆଯାଏ।

ସେହି ନିଆର ମନ୍ଦିର ହେଉଛି କେରଳର ଥେକନ ପଲାନି ବାଲଶୁଭ୍ରମଣ୍ୟୁମ୍‍ ମନ୍ଦିର। ବାଲଶୁଭ୍ରମଣ୍ୟୁମ୍‍ ଏପରି ଏକ ମନ୍ଦିର ଯେଉଁଠାରେ ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ପରେ ଚକୋଲେଟ ଭୋଗ ଲଗାଇଥାନ୍ତି। ଏହି ମନ୍ଦିରରେ ମଞ୍ଚ ମୁର୍‍ଗନ (କାର୍ତ୍ତିକେୟ) ପୂଜା ପାଅନ୍ତି। ଶ୍ରଦ୍ଧାଳୁମାନେ ଏଠାକୁ ଚକୋଲେଟ ନେଇ ଆସିଥାଆନ୍ତି। ଭଗବାନଙ୍କ ନିକଟରେ କେଉଁ କାରଣରୁ ଓ କେବେ ଠାରୁ ଚକୋଲେଟ ଭୋଗ ହେବା ଆରମ୍ଭ ହେଲା, ତାହା ସଠିକ ଭାବେ କୌଣସି ତଥ୍ୟ ନାହିଁ। କିନ୍ତୁ ବହୁ ଲୋକେ ଏପରି ହେବାର କାରଣ ପିଲାମାନଙ୍କୁ ମାନିଥାଆନ୍ତି।

- Advertisement -

ପ୍ରଚଳତି କଥା ଅନୁଯାୟୀ ପ୍ରଥମେ କିଛି ପିଲା ଭଗବାନଙ୍କ ନିକଟରେ ଚକୋଲେଟ ଭୋଗ କରିଥିଲେ। ଏହା ପରେ ଅନ୍ୟ ଲୋକେ ମଧ୍ୟ ମନ୍ଦିରକୁ ଚକୋଲେଟ ଆଣିଲେ। ଧୀରେ ଧୀରେ ଏହା ଏକ ପରମ୍ପରାରେ ପରିଣତ ହେଲା। ଏପରି ମଧ୍ୟ ମାନ୍ୟତା ରହିଛି ଯେ, ଶ୍ରଦ୍ଧା ସହ ଅର୍ପଣ କରାଯାଉଥିବା ଭୋଗ ଭଗବାନ ଗ୍ରହଣ କରିଥାଆନ୍ତି। ତେଣୁ ଏଠାରେ ଚକୋଲେଟ ଭୋଗକୁ ମଧ୍ୟ ସଭିଏଁ ଆନନ୍ଦର ସହ ଗ୍ରହଣ କରିଥାଆନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories