www.samajalive.in
Monday, December 8, 2025
13.1 C
Bhubaneswar

ମାଣଓଷା ଗୁରୁବାର ଶେଷ ପାଳି: ପିଠା ପଣାରେ ମହକିଲା ଗାଁ ଠୁଁ ପୁରପଲ୍ଲୀ

ବୋଲଗଡ଼ : ଓଡିଶାର ଜନମାନସରେ ମହାପ୍ରଭୁ ଜଗନ୍ନାଥଙ୍କ ଦୈନିକ ଚଳଣିକୁ ସାରା ଓଡିଶା ନିଜକୁ ବ୍ରତି କରିଥିବାବେଳେ ଏହାର ସ୍ୱତନ୍ତ୍ରତା ରହିଛି। ମହାପ୍ରଭୁ ଜଗନ୍ନାଥ ଏବଂ ଭ୍ରାତା ବଳରାମ ମହାଲକ୍ଷ୍ମୀଙ୍କୁ ଉପେକ୍ଷା କରିବା ସହିତ କିଭଳି ମହାଲକ୍ଷ୍ମୀଙ୍କ କୋପରେ ଦିନ ଦରିଦ୍ର ହୋଇଯାଇଛନ୍ତି ତାହା ଓଡିଆଙ୍କ ଜନମାନସରେ ସ୍ମରଣୀୟ ହୋଇ ରହିଅଛି। ଜଗନ୍ନାଥଙ୍କ ସଂସ୍କୃତିରେ ନାରୀ ସବୁବେଳେ ଉଚ୍ଚ ଆସନରେ ଅଳଙ୍କୃତ ହୋଇଥିବାବେଳେ ମହାଲକ୍ଷ୍ମୀଙ୍କୁ ସର୍ବୋଚ୍ଚ ସ୍ଥାନ ଜଗନ୍ନାଥ ସଂସ୍କୃତି ଦେଇଛି। ଏହି ପରମ୍ପରାକୁ ବଜାଇ ରଖି ପବିତ୍ର ମାର୍ଗଶୀର ମାଷର ପ୍ରତ୍ୟେକ ଗୁରୁବାରକୁ ମାଣଓଷାର ମହାଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ବଜାଇ ଆସୁଅଛି।

ଓଡିଆ ଘରେ ବାର ମାସରେ ତେରପରବ। ପିଠା ପଣାରେ ଥାଏ ଅପୁର୍ବ ଆନନ୍ଦ। ପିଠା ପଣାର ଉତ୍ସବରେ ମହମହ ବାସ୍ନାରେ ମହକି ଯାଏ ଗାଁ ଦାଣ୍ଡ। ମାର୍ଗଶୀର ମାସରେ ଧନଧାନ୍ୟ ତଥା ଭଣ୍ଡାରରାଣୀ ମହାଲକ୍ଷ୍ମୀଙ୍କର ପୂଜା ଆନନ୍ଦ ଉଲ୍ଲାସ ସହିତ ପାଳନ କଲେ ଦରିଦ୍ରତା ଦୂର ହେବା ସହିତ ଧନଧାନ୍ୟରେ ଗୃହ ଭରିଯାଇଥାଏ। ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିବା ଦେଖିବାକୁ ମିଳିଛି ବୋଲଗଡ ବ୍ଲକ ଅଞ୍ଚଳର ପୁରପଲ୍ଲୀମାନଙ୍କରେ। ଏହି ପରୀପ୍ରେକ୍ଷୀରେ ମାସର ଶେଷ ଗୁରୁବାର ହେତୁ ମା’ ଲକ୍ଷ୍ମୀଙ୍କର ମାଣଓଷା ଶେଷ ହୋଇଛି। ପରିବାରର  ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଶର୍ଯ୍ୟା ତ୍ୟାଗ କରି ଶୁଦ୍ଧପୁତ ଭାବେ ଧବଳ ବସ୍ତ୍ର ପରିଧାନ ପୂର୍ବକ ମା’ଙ୍କ ପୂଜାରେ ମଜ୍ଜି ରହିଥିବା ଦେଖିବାକୁ ମିଳିଛି। ମାଙ୍କର ବିଶେଷ ଭୋଗଲାଗି ଦଶପୁରରେ ଦଶମଣ୍ଡା ଇତ୍ୟାଦି ପିଠା ପ୍ରସ୍ତୁତ କରି ଧନଧାନ୍ୟରେ ଘର ପୁରି ଉଠିବା ଲାଗି ମହାଲକ୍ଷ୍ମୀଙ୍କୁ ଆବାହନ କରି ପୂଜା କରିଥିବାର ଦେଖିବାକୁ ମିଳିଛି।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories