www.samajalive.in
Wednesday, November 12, 2025
28.1 C
Bhubaneswar

ନିଆଁରେ ପୋଡ଼ିଯାଇ ଯୁବକ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ରେଙ୍ଗାଳୀ ଥାନା ଅନ୍ତର୍ଗତ କରଡ଼ାଖମନ ଗ୍ରାମରେ ଘଟିଛି ଏକ ଅଘଟଣ। ପେଟ୍ରୋଲ ନିଆଁରେ ପୋଡ଼ି ହୋଇ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଜଣକ ହେଲେ ରେଙ୍ଗାଳୀ ଥାନା ଅନ୍ତର୍ଗତ କରଡ଼ାଖମନ ଗ୍ରାମର ସନାତନ ସାହୁଙ୍କ ପୁଅ ବନୋଜ ସାହୁ (୨୪)।

ସୂଚନା ମୁତାବକ, କରଡାଖମନ ଗ୍ରାମର ସନାତନ ସାହୁଙ୍କ ପୁଅ ବନୋଜ ସାହୁ ଗ୍ରାମରେ ଏକ ରାସନ ଦୋକାନ ଦେଇଛନ୍ତି। ଶନିବାର ଅପରାହ୍ନ ପ୍ରାୟ ୨ଟା ବେଳେ ଦୋକାନ ପାଇଁ ରାସନ କିଣିବାକୁ ବନୋଜ ବାଇକ୍ ଯୋଗେ ବାହାରି ଥିଲେ। ବାହାରିବା ପୂର୍ବରୁ ବାଇକରେ ପେଟ୍ରୋଲ ପକାଇଲା ବେଳେ ଅସାବଧାନତା ପାଇଁ ପେଟ୍ରୋଲ ବନୋଜଙ୍କ ଉପରେ ଏବଂ ତଳେ ଢାଳି ଯାଇଥିଲା। ପାଖରେ ଏକ ଅଳିଆ ଗଦାରେ ନିଆଁ ଜଳୁଥିବାରୁ ହଠାତ ବନୋଜଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକି ଖମାର ଚିକିତ୍ସାଳୟକୁ ନିଆଯାଇଥିଲା। ଖମାରରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପୁଣି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବନୋଜଙ୍କର ଚିକିତ୍ସା କରାଯାଉଛି। ବନୋଜଙ୍କର ୭୦ ପ୍ରତିଶତ ପୋଡିଯାଇଥିବା ଡାକ୍ତର କହିଛନ୍ତି। ଏପଟେ ସେହି ନିଆଁରେ ବନୋଜ ଦେଇଥିବା ରାସନ ଦୋକାନଟି ମଧ୍ୟ ସମ୍ପୂର୍ଣ୍ଣ ପୋଡି ଯାଇଥିବା ବନୋଜଙ୍କ ବାପା ସନାତନ ସାହୁ କହୁଛନ୍ତି।

Hot this week

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

ଦିଲ୍ଲୀ ବିସ୍ପୋରଣ : ଜାନୁଆରୀ ୨୬ରେ ହୋଇଥିଲା ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ପୋରଣ ଘଟଣାରେ ସାମ୍ନାକୁ ଆସିଲା...

ଏସ୍‌ଆଇ ସ୍କାମ୍‌ : ଶଙ୍କରର କେୟାର ଟେକର ଗିରଫ

ଭୁବନେଶ୍ବର: ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର...

ତ୍ରୁଟିଶୂନ୍ୟ ମ୍ୟାଚ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାରେ ଓଡିଶାର ସୁନାମ ରହିଛି। କଟକ...

Related Articles

Popular Categories