www.samajalive.in
Monday, December 8, 2025
17.1 C
Bhubaneswar

ସ୍ତ୍ରୀ ଓ ୧୦ ମାସର ଶିଶୁକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ତଳପୁଟବଗଡ଼ ଗ୍ରାମରେ ବୁଧବାର ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ଲୁହା କଟା ବ୍ଲେଡରେ ସ୍ତ୍ରୀ ଓ ୧୦ ମାସର ଶିଶୁର ବେକକୁ କାଟି ହତ୍ୟା କରିବା ପରେ ନିଜେ ସ୍ୱାମୀ ମଧ୍ୟ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି।

ସୂଚନା ମୁତାବକ, ସୁଜନ ପ୍ରଧାନ ଓ ତାଙ୍କ ସ୍ତ୍ରୀ ରୁନି ପ୍ରଧାନଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା। ଗତକାଲି ରାତିରେ ଉପର ଘରେ ଶୋଇଥିବା ବେଳେ ଆଜି ସକାଳୁ ଉଠି ନଥିଲେ। ଆଜି ପଂଚାୟତରେ ଚାଉଳ ଦିଆଯାଉଥିବା ବେଳେ ସୁଜନ ନେବା ପାଇଁ ଯାଇ ନ ଥିଲେ। ଏନେଇ ସୁଜନଙ୍କ ମାଆ ଶୋଭା ପ୍ରଧାନ ପୁଅ ରହୁଥିବା ଉପରଘରକୁ ଡାକିବା ପାଇଁ ଯାଇଥିଲେ। କିନ୍ତୁ ବହୁ ରୁନି ପ୍ରଧାନ, ନାତି ରୁମେଶ ପ୍ରଧାନ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ପୁଅ ବେକରେ ରଶି ଲଗେଇ ଝୁଲୁଥିବା ଦେଖିବାକୁ ପାଇଥିଲେ। ପରେ ମାଆ ତା’ର ଅନ୍ୟ ପୁଅ ସଦାନନ୍ଦ ପ୍ରଧାନକୁ ଡାକିଥିଲେ। ବଡପୁଅ ସଦାନନ୍ଦ ଆସିବା ପରେ ତିନି ଜଣ ମରିଯାଇଥିବା ଦେଖିଥିଲେ। ସ୍ୱାମୀ ଓ ସ୍ତ୍ରୀ ଝଗଡା ପରେ ସେମାନେ ଭିନ୍ନ ହୋଇ ଉପର ଘରେ ରହୁଥିଲେ। ପାରିବାରିକ କଳହରୁ ଏହିପରି ଘଟଣା ଘଟିଥିବା ମୃତକଙ୍କ ବଡଭାଇ କହିଛନ୍ତି। ଖବର ପାଇ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଚମାଖଣ୍ଡି ଥାନା ଅଧିକାରୀ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ପରେ ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ତଦନ୍ତ କରିଛି । ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି। ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡିବ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ, ସୁଜନ ଦୁଇ ବର୍ଷ ତଳେ ବିବାହ କରିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories