www.samajalive.in
Monday, December 8, 2025
20.1 C
Bhubaneswar

ଦ୍ରୁତ ଗତିରେ ଘଟୁଛି ବେଳାଭୂମି ଅବକ୍ଷୟ, ଚିନ୍ତାରେ ଅଞ୍ଚଳବାସୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଉପକୂଳ ଅଞ୍ଚଳରେ ଗତ କିଛି ବର୍ଷ ହେଲା ବେଳାଭୂମିର ଅବକ୍ଷୟ ଦ୍ରୁତ ଗତିରେ ବଢ଼ି ଚାଲିଛି । ଯାହାକୁ ନେଇ ଚିନ୍ତାରେ ଅଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ସମୁଦ୍ରର ଉଚ୍ଚ ଲହଡ଼ି ଫଳରେ ବ୍ୟାପକ ମାତ୍ରାରେ ଜଙ୍ଗଲ ମଧ୍ୟ ନଷ୍ଟ ହେଇଗଲାଣି। ଏହି ସମସ୍ୟା ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ଗତ କିଛି ବର୍ଷ ହେଲା ଏହିଭଳି ସମୁଦ୍ର ଉଚ୍ଚ ଲହଡି ଯୋଗୁଁ ବେଳା ଭୂମି ନଷ୍ଟ ହେଉଛି। ଏହି ପରିସ୍ଥିତି ପାଇଁ ସମୁଦ୍ର କୂଳରେ ରହିଥିବା ପୁରୁଣା ପୋଡ଼ମା ପେଟା ଗ୍ରାମ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯଇଥିଲା ଗତ ୨୦୧୨ମସିହାରେ। କାରଣ ସମୁଦ୍ରର ଉଚ୍ଚ ଲହଡି ଯୋଗୁଁ ସେହି ଗ୍ରାମର ଘର ଭାଙ୍ଗୁଥିଲା । ପ୍ରଶାସନ ପକ୍ଷରୁ ଏହି ସମସ୍ୟା ଦୂର କରିବା ପାଇଁ ସେମାନଙ୍କୁ ଅନ୍ୟତ୍ର ନେଇଥିଲେ । ପ୍ରାୟ ପ୍ରାଥମିକ ଭାବେ ୧୪୨ ପରିବାରକୁ ସ୍ଥାନାନ୍ତର କରାଯଇଥିଲା । ବର୍ତମାନ କିନ୍ତୁ ବେଳାଭୂମି ସମ୍ପୂର୍ଣ୍ଣ ଭାବେ ଅବକ୍ଷୟ ହେଲାଣି। ଅପରପକ୍ଷରେ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ମନ୍ଦିରକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ ଆସନ୍ତି । ସେମାନେ ସେଠାରୁ ସମୁଦ୍ର କୂଳରେ ଯାଇ ମଜା ନେଇଥାନ୍ତି। କୂଳ ଖାଇଯାଉଥିବା ଯୋଗୁଁ ସେଠାକୁ ଯିବା ପାଇଁ ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେଇ ଏଥିପ୍ରତି ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories