www.samajalive.in
Tuesday, December 9, 2025
17.1 C
Bhubaneswar

ବଡ ନିଷ୍ପତ୍ତି – ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରେ ମିଳିଲା ମହିଳାମାନଙ୍କୁ ଅନୁମତି

ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ)ରେ ମହିଳାମାନଙ୍କୁ ଅନୁମତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟୀ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଭଟ୍ଟୀ ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଏମ ଏମ ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ଜଣାଇଛନ୍ତି ଯେ ସଶସ୍ତ୍ର ବାହିନୀ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏନଡିଏ ଓ ନାଭାଲ ଏକାଡେମୀ ମାଧ୍ୟମରେ ସଶସ୍ତ୍ର ବାହିନୀରେ ମହିଳାମାନଙ୍କୁ ସ୍ଥାୟୀ କମିଶନିଙ୍ଗ ପାଇଁ ଅନୁମତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏଭଳି ଏକ ଖବର ସାର୍ବଜନୀନ କରି ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି। ଏନଡିଏରେ ଝିଅମାନଙ୍କୁ ଆଡମିଶନ କରାଯିବ। ସେ କହିଛନ୍ତି, ଏ ନେଇ ଆମେ ଏକ ବିସ୍ତୃତ ବିସ୍ତୃତ ସତ୍ୟପାଠ କୋର୍ଟରେ ଦାଖଲ କରିବୁ। ଏହି ନିଷ୍ପତ୍ତିରେ କୋର୍ଟ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ସଶସ୍ତ୍ର ବାହିନୀ ମହିଳାମାନଙ୍କ ଆଡ଼ମିସନ ସମ୍ପର୍କରେ ଏହି ନିଷ୍ପତ୍ତି ନେଇଛନ୍ତି।

- Advertisement -

ପୂର୍ବରୁ ମହିଳା ପ୍ରାର୍ଥୀଙ୍କୁ ଏନଡିଏ ପ୍ରବେଶିକା ପରୀକ୍ଷା ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଥିଲେ। ୨୦୨୦ ଫେବୃଆରୀରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସେନାର ମହିଳା ଅଧିକାରୀମାନଙ୍କୁ ପୁରୁଷ ସହକର୍ମୀଙ୍କ ଭଳି ସ୍ଥାୟୀ କମିଶନିଙ୍ଗ ପ୍ରଦାନ କରାଯାଉ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories