www.samajalive.in
Thursday, December 11, 2025
23.1 C
Bhubaneswar

ପୁତୁରାଙ୍କୁ ବଞ୍ଚାଇବାକୁ ମମତା ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଉଛନ୍ତି: ବିଜେପି ସାଂସଦ

କୋଲକାତା: ଆସନ୍ତା ଗୁରୁବାର ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ଏ ନେଇ ସ୍ପ​‌ଷ୍ଟ କରିବା ପରେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଖୋଦ ବିଜେପିର ଜଣେ ଏମପି ମମତାଙ୍କୁ ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗର ବାରାକପୁରରୁ ବିଜେପିର ନବନିର୍ବାଚିତ ସାଂସଦ ଅର୍ଜୁନ ସିଂହ ବୁଧବାର କହିଛନ୍ତି, ମମତା ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ବଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି। କେବଳ ମୋଦୀଙ୍କୁ ଖୁସି କରିବା ଏବଂ ପୁତୁରାକୁ ରକ୍ଷା କରିବାକୁ ସେ ଏଭଳି ନିଷ୍ପତ୍ତି ନେଇଥିବା ସାଂସଦ ଜଣକ କହିଛନ୍ତି।

ମମତା ମୋଦୀଙ୍କର ଜଣେ ବଡ଼ ସମାଲୋଚକ। ନିର୍ବାଚନ ସମୟରେ ମମତା ଏବଂ ମୋଦୀଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ବାକ୍‌ ଯୁଦ୍ଧ ଲାଗିରହିଥିଲା। ମୋଦୀ ନିର୍ବାଚନୀ ସଭାରେ ମମତାଙ୍କୁ କଡ଼ା ସମାଲୋଚନା କରିଥିଲେ। କିନ୍ତୁ ମମତା ଶପଥଗ୍ରହଣ ଉତ୍ସବରେ ଯୋଗଦେବେ ବୋଲି ଗତ ମଙ୍ଗଳବାର ଘୋଷଣା କରିବା ପରେ ଏହା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ମଙ୍ଗଳବାର ଟିଏମସିର ୨ ଜଣ ବିଧାୟକ ଏବଂ ୫୦ କାଉନସିଲର ବିଜେପିରେ ଯୋଗଦେବା ପରେ ସେ ଏଭଳି ନିଷ୍ପତ୍ତି ନେଇଥିବାରୁ ଏହାକୁ ନେଇ ନାନା ଆଲୋଚନା ଚାଲିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories