ମମିତା ହତ୍ୟାକାଣ୍ଡ : ଜାମିନ ଆବେଦନ କଲେ ଅଭିଯୁକ୍ତ ଗୋବିନ୍ଦ

ଟିଟିଲାଗଡ଼ : ମମିତା ମେହେରଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସନ୍‌ସାଇନ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁ ଏବେ ଜେଲ୍‌ରେ ଅଛନ୍ତି। ଆଜି ସେ କଣ୍ଟାବାଞ୍ଜି ଅତିରିକ୍ତ ଜିଲା ଦୌରା ଏବଂ ସେସନ ବିଚାରପତିଙ୍କ ଅଦାଲତରେ ଜାମିନ ଆବେଦନ କରିଛନ୍ତି। ଅପରପକ୍ଷେ ଗତକାଲି ଗିରଫ ଗୋବିନ୍ଦଙ୍କ ସହ ସମ୍ପର୍କ ରହିଥିବା ଅଭିଯୋଗ କରି ରାଜ୍ୟ ଗୃହ ରାଜ୍ୟରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିଧାନସଭା ଗୃହକୁ ପ୍ରବେଶ କରାଇ ନ ଦେବାକୁ ବିରୋଧୀ ଦଳ ସଦସ୍ୟମାନେ ଫାଟକରେ ତାଲା ପକାଇଥିଲେ। ଆସନ୍ତା ୬ରେ ଜାମିନ ଆବେଦନ ଉପରେ ଶୁଣାଣି କରିବେ ା
କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ୍‌ସାଇନ କଲେଜର ଶିକ୍ଷୟିତ୍ରୀ ମମିତାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡିଙ୍କୁ ପୁଲିସ ପୂର୍ବରୁ ଗିରଫ କରିଛି। ଉଭୟ ଅଭିଯୁକ୍ତ ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାରରେ ରହିଛନ୍ତି।

Comments are closed.