www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟସ୍ତରୀୟ ଧାବକ ଆଜି ଆମାଜନର ବିତରକ

ମାଲକାନଗିରି: ନାଁ ତାଙ୍କର ଦିବାନା ବୁଗାଲତ। ବିଭିନ୍ନ ଜାତୀୟସ୍ତରର ଦୌଡ ପ୍ରତିଯୋଗିତାରେ ଭାଗ ନେଇ ଗୌରବ ଆଣିଥିଲେ ସେ। ପୁଳା ପୁଳା ପ୍ରଶଂସା ପତ୍ର ଓ ପଦକ ହାସଲ କରିଥିଲେ, କିନ୍ତୁ ସେ ସବୁ ଏବେ କାମରେ ଆସୁନାହିଁ। ଗତ ଏକବର୍ଷ ହେଲା ତାଲାବନ୍ଦ ତାଙ୍କ ଜୀବନକୁ ବଦଳାଇ ଦେଇଛି। ଏହି ରାଜ୍ୟସ୍ତରର ଖେଳାଳି ଏବେ ଦ୍ୱାର ଦ୍ୱାର ବୁଲି ଆମାଜନ କମ୍ପାନୀର ସାମଗ୍ରୀ ବିତରଣ କରୁଛନ୍ତି। ୫ ବର୍ଷ ଧରି ମାଲକାନଗିରି କ୍ରୀଡ଼ା ଛାତ୍ରାବାସରେ ରହି ପ୍ରଶିକ୍ଷଣ ନେଉଥିଲେ। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସଫଳ ମଧ୍ୟ ହୋଇଥିଲେ।

ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନାରେ ମାରାଥନରେ ଭାଗ ନେଇଥିଲେ। ଆଗକୁ ଆହୁରି ଜାତୀୟ ସ୍ତରରେ ସୁନାମ କରିବା ପାଇଁ ଲକ୍ଷ୍ୟ ରଖିଥିଲେ। ମାରାଥନ ତାଙ୍କର ଜୀବନ ଥିଲା। କିନ୍ତୁ ଏବେ ମାଲକାନଗିରିର ଏହି ଆଦିବାସୀ ଯୁବକଙ୍କ ଜୀବନ ବଦଳି ଯାଇଛି। ଛାତ୍ରାବାସରେ ତାଲାବନ୍ଦ ଯୋଗୁଁ ତାଲା ପଡିଛି। ଘରେ ବୃଦ୍ଧ ମା’ ତାଙ୍କର ଦେଖାଶୁଣା କରିବା ସହ ଯୁକ୍ତ ତିନିରେ ପାଠ ପଢିବା ପାଇଁ ବାଧକ ସାଜିଛି ଅର୍ଥ ତେଣୁ ବାଧ୍ୟ ହୋଇ ଆମାଜନ କମ୍ପାନୀର ଡେଲିଭରି ବଏ (ବିକ୍ରେତା) ଭାବେ ଘର ବୁଲି ଅନଲାଇନ ମାଧ୍ୟମରେ ଆସିଥିବା ସାମଗ୍ରୀ ଗୁଡିକୁ ବିତରଣ କରି ଦୁଇ ପଇସା ରୋଜଗାର କରୁଛନ୍ତି। ଏବେ ବି ତାଙ୍କର ଆଖିରେ ଅଶୁମାରି ସ୍ୱପ୍ନ। ଦେଶ ଓ ଜାତି ପାଇଁ ଖେଳିବାର ଆଶା ରଖିଛନ୍ତି ସେ। ଆଗାମୀ ଦିନରେ ପରିସ୍ଥିତି ନିଶ୍ଚିତ ସ୍ୱାଭାବିକ ହେବ ଏବଂ ସେ ପୁଣି ପଡିଆରେ ଦୌଡିବେ। ଦେଶ ଓ ଜିଲା ପାଇଁ ସୁନାମ ଆଣିବେ, ଆଗାମୀ ଦିନରେ ସେ ଜଣେ କ୍ରୀଡା ପ୍ରଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories