www.samajalive.in
Tuesday, December 9, 2025
16.1 C
Bhubaneswar

ଆଇନ ଉଲ୍ଲଙ୍ଘନ କଲେ ରଦ୍ଦ ହେବ ଲାଇସେନ୍ସ, ଦେବାକୁ ପଡିବ ଜୋରିମାନା : ଜିଲ୍ଲାପାଳ

ମାଲକାନଗିରି : ସମ୍ପ୍ରତି କରୋନା ଭୁତାଣୁକୁ ନେଇ ସାରା ବିଶ୍ୱ ଆତଙ୍କିତ ହୋଇ ପଡିଥିବା ବେଳେ ପ୍ରତିକାର ପ୍ରତିଷେଧକ ନଥିବା ଏହି ଭୁତାଣୁରୁ ବଞ୍ଚିବାକୁ ହେଲେ ଏକମାତ୍ର ଉପାୟ ସଂଘରୋଧ ଓ ସାମାଜିକ ଦୂରତା। ଏଥିନେଇ କେନ୍ଦ୍ର, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦିଲ୍ଲୀରୁ ପଲ୍ଲୀ ଯାଏଁ ସଚେତନତା କରା ଯାଉଥିଲେ ସୁଦ୍ଧା ବହୁ ଅମାନିଆ ଲୋକ ଏହି ସଂଘରୋଧ ନିୟମକୁ ପାଳନ ନକରିବାରୁ ବାଧ୍ୟ ହୋଇ ସରକାର କଠିନ ନିଷ୍ପତ୍ତି ନେଇଛନ୍ତି। ଓଡିଶା ସରକାରଙ୍କ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ବିଭାଗ ପକ୍ଷରୁ ନିୟମ ୨-ଡି ଅନୁଯାୟୀ ୨୦୦୫ ରାଜ୍ୟ ନିର୍ବାହ କମିଟି ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କରୋନାର ଭୟାବହତାକୁ ଦୃଷ୍ଟିରେ ରଖିବା ସହ ଅମନିଆ ଗାଡି ଚାଳକଙ୍କୁ ସାବାଡ କରିବା ପାଇଁ ପ୍ରଶାସନ ପକ୍ଷରୁ କଠୋର ନିଷ୍ପତ୍ତି ନିଆଯାଇଛି। ସଂକ୍ରମଣ ରୋଗ ୧୮୯୭ , ୨, ୧ ଆଇନ୍ ଅନୁଯାୟୀ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କ୍ଷମତାପନ୍ନ ଅଧିକାରୀଙ୍କ ଦ୍ୱାରା ଜାରି କରା ଯାଇଥିବା ନିର୍ଦେଶ ଅନୁଯାୟୀ କୌଣସି ବ୍ୟକ୍ତି ଦୁଇଚକିଆ କିମ୍ବା ଚାରି ଚକିଆ ଜାନ ବ୍ୟବହାର କରିପାରିବେ ନାହିଁ। ତେବେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଔଷଧ ଜରୁରିକାଳୀନ ସେବାରେ ନିୟୋଜିତ ଗାଡି ଗୁଡିକ ପାଇଁ ଏହି ନିୟମ ଲାଗୁ ହେବନାହିା ତେବେ ରାସ୍ତାରେ ଗାଡି ଚଲାଇଲେ ଦୁଇଚକିଆ ପାଇଁ ୧୦୦୦ ଟଙ୍କା ଓ ଚାରିଚକିଆ ଜାନପାଇଁ ୨୦୦୦ ଟଙ୍କା ଜୋରିମାନା ଓ ଅନ୍ୟର ବାଇକ ବ୍ୟବହାର କଲେ ମଧ୍ୟ ୧୦୦୦ ଟଙ୍କା ଦଣ୍ଡ ଗଣିବାକୁ ପଡିବା ଆବଶ୍ୟକ ସ୍ଥଳେ ଗାଡି ସିଜ୍‍ କରିବା ସହ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ସେହିପରି ମାସ୍କ କିମ୍ବା ମୁହଁରେ ରୁମାଲ ବାନ୍ଧିବା ବାଧ୍ୟତାମୂଳକା ଏହାଦ୍ୱାରା ଭୁତାଣୁ ସଂକ୍ରମଣ ହେବା ଆଶଙ୍କା ବହୁତ କମ୍‍ ରହିଛିା ସରକାରୀ କର୍ମଚାରୀ କିମ୍ବା ଅନ୍ୟାନ୍ୟ ଜରୁରିକାଳୀନ ସେବା ନିମନ୍ତେ ଗାଡି ଚଳାଚଳ ନିମନ୍ତେ ଦେଇଥିବା ପାସର ଦୁରୁପ ଯୋଗ କରାଗଲେ ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସେହିପରି ସମସ୍ତ ପରିବା, ବାକେରି, ଖିର ଦୋକାନ ଆଦି ସାତ ଘଟିକା ସମୟରୁ ୧ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ବ୍ୟବସାୟ ସମୟରେ ସାମାଜିକ ଦୂରତା ରଖିବା ଆବଶ୍ୟକ। ଏହାକୁ ଖିଲାପ କରିଥିବା ଖିଲାପକାରୀଙ୍କ ଉପରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ଏବଂ ଆବଶ୍ୟକ ସ୍ଥଳେ ଦୋକାନି ଲାଇସେନ୍ସକୁ ରଦ୍ଦ କରାଯିବା ଏଥିନେଇ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଏକ ପ୍ରେସ୍‍ ଇସ୍ତାହାରରେ ଆଜିଠାରୁ ଏହି ନିୟମ ଲାଗୁ ହେବା ନେଇ ସୂଚନା ଦେଇଥିବା ବେଳେ ମାଲକାନଗିରି ଜନସାଧାରଣ ଯେଭଳି ଏହି ନିୟମକୁ ପାଳନ କରି ପ୍ରଶାସନକୁ ସହଯୋଗ କରିବେ ସେଥିପାଇଁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଅନୁରୋଧ କରିଛନ୍ତିା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories