www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ଅପଡେଟ – ୪୪୨୧ ସଂକ୍ରମିତ, ୩୨୫ ସୁସ୍ଥ

ସମାଜ ପୋର୍ଟାଲ ଡେସ୍କ: ଦେଶରେ ୪ ହଜାର ୪୨୧ଜଣ କରୋନା ଭୂତାଣୁରେ ସଂକ୍ରମଣ ହୋଇଛନ୍ତି ଏବଂ ୧୧୪ ଜଣଙ୍କର ପ୍ରାଣହାନି ଘଟିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ୩୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗୁଇନ୍ଦା ଅଫିସ ସିଲ୍‍
ଭୁବନେଶ୍ୱର ସ୍ଥିତ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଫିସକୁ ସିଲ କରାଯାଇଛି। ଏହାର ଜଣେ ଅଫିସର ଜଣେ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଜଣା ପଡିବା ପରେ ଏହି ଅଫିସକୁ ସିଲ କରା ଯାଇଛି। ଏହାବ୍ୟତୀତ ଅଫିସର କର୍ମଚାରୀମାନଙ୍କୁ ହୋମ କ୍ୱାରେଟାଂଇନରେ ରହିବାକୁ କୁହାଯାଇଛି। ଏହି କର୍ମଚାରୀମାନେ ୧୯ ଏପ୍ରିଲ ଯାଏ କ୍ୱାରେଂଟାଇନରେ ରହିବେ। ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ଏହି ସୂଚନା ଦେଇଛନ୍ତି।

- Advertisement -

କରୋନା – କେନ୍ଦ୍ରାପଡା
କେନ୍ଦ୍ରାପଡାରେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଆଳି ଅଞ୍ଚଳର ୧୧ଟି ଗାଁ ଓ ଆଖପାଖ
ଅଞ୍ଚଳକୁ ସିଲ କରାଯାଇଛି। କେନ୍ଦ୍ରାପଡାର ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ଆକ୍ରାନ୍ତଙ୍କୁ କଟକର ଅଶ୍ୱିନୀ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ପରିବାର ଲୋକମାନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ତାର ପରୀକ୍ଷା କରିବାକୁ ପଠାଯାଇଛି। ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖା ଯାଇଛି। ତାଙ୍କର ଘର ଓ ତାଙ୍କ ଗାଁକୁ ସାନିଟାଇଜ କରାଯାଉଛି। ଆଗାମୀ ୪୮ ଘଂଟା ଧରି ସେହି ଅଞ୍ଚଳରେ ସଟଡାଉନ ଜାରି ରହିବ। ସମସ୍ତଙ୍କୁ ଘର ଭିତରେ ରହି ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ୱାନ କରିଛନ୍ତି।

କରୋନା – କଟକ
କଟକ ସହରରେ ଆଜି ଲକ୍‍ଡାଉନ୍‍ ସମୟରେ ମଧ୍ୟ ପୁଲିସ ପକ୍ଷରୁ କଡାକଡି ଯାନବାହନ ଯାଞ୍ଚ କରାଯାଇଛି। ବିଭିନ୍ନ ଛକରେ ପୁଲିସ କର୍ମଚାରୀମାନେ ସେହି ବାଟ ଦେଇ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକାଇ ପଚରାଉଚରା କରୁଛନ୍ତି। ଆଜି କଟକ କମିଶନରେଟ୍‍ ପୁଲିସ ମଧ୍ୟାହ୍ନ ସୁଦ୍ଧା ଲକ୍‍ଡାଉନ୍‍ ଉଲ୍ଲଙ୍ଘନ କରିଥିବା ୬୦୮ଟି ବାଇକ୍‍କୁ ଜବତ କରିଛି। ଗତକାଲି ପ୍ରାୟ ୧୨ଶହ ବାଇକ୍‍ ଲକ୍‍ଡାଉନ୍‍ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜବତ କରାଯାଇ ଥାନାରେ ରଖାଯାଇଛି। ଅନ୍ୟପକ୍ଷରେ କଟକ ବଡଡାକ୍ତରଖାନା ପରିସରରେ ଥିବା ବିଭିନ୍ନ ରାସ୍ତା ଓ ୱାର୍ଡ ଏବଂ ବିଭାଗ ସମ୍ମୁଖ ଗୁଡ଼ିକୁ ବିଶୋଧନ କରାଯାଉଛି। ଅଗ୍ନିଶମ ସେବା ଗାଡ଼ି ମାଧ୍ୟମରେ ବିଶୋଧନ ପ୍ରକ୍ରିୟା ଜାରି ରହିଛି। ନିୟମିତ ବ୍ୟବଧାନରେ ଏହି ବିଶୋଧନ ପ୍ରକ୍ରିୟା ଜାରି ରହିବ ବୋଲି ସିଏମ୍‍ସି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।

କରୋନା – ଭଦ୍ରକ
ସେହିପରି ଭଦ୍ରକ ଜିଲ୍ଲାର ୭ଟି ବ୍ଲକ ଓ ସହରାଞ୍ଚଳର କେତେକ ସ୍ଥାନରେ ଆଜି ମଧ୍ୟ ଲକ୍‍ଡାଉନ୍‍ ଜାରି ରହିଛି। ନିୟମ ଊଲ୍ଲଙ୍ଘନକରି ବଜାର ଘାଟରେ ବୁଲୁଥିବା ୧୦୦ରୁ ଅଧିକ ବାଇକ୍‍ ଓ ଚାରିଚକିଆ ଯାନକୁ ପୁଲିସ ଜବତ କରିବା ସହ ଲକ୍ଷାଧିକ ଟଙ୍କାର ଚାଲାଣ କାଟିଛି। ଜାତୀୟ
ଖାଦ୍ୟସୁରକ୍ଷା ଆଇନ୍‍ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ବଣ୍ଟନ କରାଯିବା ସହ ଚାଉଳ ଓ ଗହମ ଯୋଗାଇ ଦିଆଯାଇଛି।

କରୋନା – ନବରଙ୍ଗପୁର
ନବରଙ୍ଗପୁର ସହର ଉପକଣ୍ଠରେ ଥିବା ନବନିର୍ମିତ ବିଏଡ୍‍ କଲେଜରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ସ୍ଥାପନ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଅନ୍ୟପକ୍ଷରେ ଜିଲ୍ଲାର ପାପଡାହାଣ୍ଡି ବ୍ଲକର ମୋକିଆଠାରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାକୁ ବନ୍ଦ କରି ଦିଆଯାଇଛି। ବ୍ୟାଙ୍କର ଜଣେ କର୍ମଚାରୀଙ୍କୁ ହୋମ୍‍ କ୍ୱାରେଣ୍ଟାଇନରେ ରଖାଯାଇଛି।

କରୋନା – ଜଗତ୍‍ସିଂହପୁର
ଜଗତ୍‍ସିଂହପୁର ଜିଲ୍ଲାରେ ଗତ ୨୪ଘଣ୍ଟା ମଧ୍ୟରେ ଲକ୍‍ଡାଉନ୍‍ ନିୟମ ଉଲ୍ଲଙ୍ଘନ କରିଥିବା ୯୬ଟି ଗାଡି ଯାଞ୍ଚ କରାଯାଇ ୪୨ହଜାରରୁ ଅଧିକ ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି। ସେହିଭଳି ଢ଼େଙ୍କାନାଳରେ ଦଣ୍ଡଯାତ୍ରାକୁ ବନ୍ଦ ରଖାଯାଇଛି।

କରୋନା ହେଲ୍ପଲାଇନ ନମ୍ବର
କରୋନା ସମ୍ପର୍କିତ ଖବର ଜାଣିବା ପାଇଁ ହେଲ୍‍ ଲାଇନ୍‍ ନମ୍ବର ୦୧୧-୨୩୯୭୮୦୪୬ ଏବଂ ଟୋଲ୍‍ ଫ୍ରି ନମ୍ବର ୧୦୭୫କୁ ଯୋଗାଯୋଗ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏଥିସହ ୯୦୧୩୧୫୧୫୧୫ ନମ୍ବରକୁ ହ୍ୱାଟସ ଅଫ କରି ଏ ସମ୍ପର୍କୀତ ତଥ୍ୟ ପାଇପାରିବେ। ସେହିଭଳି ରାଜ୍ୟ ସରକାର ପକ୍ଷରୁ ୧୦୪କୁ ସିଧାସଳଖ କିମ୍ବା ୦୬୭୪-୨୩୯୦୪୬୬ ନମ୍ବର ସମେତ ମୋବାଇଲ ହେଲ୍‍ ଲାଇନ୍‍ ନମ୍ବର ୯୪୩୯୯୯୪୮୫୭ ଏବଂ ୯୪୩୯୯୯୪୮୫୯କୁ ଆବଶ୍ୟକ ସ୍ଥଳେ ଫୋନ୍‍ କରିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ପୁଲିସ ପକ୍ଷରୁ ମଧ୍ୟ ଏକ ହେଲ୍ପଲାଇନ୍‍ ନମ୍ବର ୦୬୭୪-୨୬୨୦୨୦୦ ଜାରି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories