www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରବଳ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲା ୩ ଜୀବନ

ମାଲକାନଗିରି: ଗତ ରବିବାର ଠାରୁ ମାଲକାନଗିରି ଜିଲାରେ ଲଗାଣ ବର୍ଷା ଲାଗି ରହିଛି। ଯଦ୍ୱାରା ବିଭିନ୍ନ ମାଟି ଘରର କାନ୍ଥ ଗୁଡିକ ଓଦା ହୋଇ ଦୁର୍ବଳ ଅବସ୍ଥାରେ ରହିଛି। ସେଥିମଧ୍ୟରୁ ଅତି ସମ୍ବେଦନଶୀଳ ଘର ଗୁଡିକ ବର୍ଷା ପ୍ରଭାବରେ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛିା ଏଭଳି ଘଟଣା ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମ ପଞ୍ଚାୟତର ଜୟରାମଗୁଡାରେ ଦେଖିବାକୁ ମିଳିଛି।
ଘଟଣାରୁ ପ୍ରକାଶ ଏହି ଗ୍ରାମର ଧନେଶ ପାଙ୍ଗି ନିଜ ପରିବାର ସହିତ ନିଜ ଘରେ ଶେଶଇଥିବା ବେଳେ ପ୍ରବଳ ବର୍ଷା ଯୋଗୁ ବିଳମ୍ବିତ ରାତିରେ ହଠାତ୍ ତାଙ୍କ ଘର କାନ୍ଥ ଭୁଶୁଡି ପଡିଥିଲ। ସୌଭାଗ୍ୟ ବଶତଃ ଘର କାନ୍ଥଟି ବାହାର ପାର୍ଶ୍ବରେ ପଡିଥିବାରୁ ୩ ଜୀବନ ଅଳ୍ପକେ ବର୍ତ୍ତିଯାଇଛି। ରାତି ପ୍ରାୟ ୨ ଘଟିକା ସମୟରେ ଏଭିଳି ଘଟଣା ଘଟିବା ପରେ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ଘର ମଧ୍ୟରୁ ଦୌଡି ବାହାରକୁ ଆସିଥିଲୋ ପାଖ ପଡୋଶୀଙ୍କ ସହ ଯୋଗରେ ପଡୋଶୀ ଘରେ ଆଶ୍ରୟ ନେଇଥିଲୋ ବର୍ତମାନ ତାଙ୍କ ଘର ଭାଙ୍ଗି ଯାଇଥିବା ଯୋଗୁ ସେ ବେସାହାରା ଅବସ୍ଥାରେ ରହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି ହୋଇଛିା ଏ ସମ୍ପର୍କରେ ଗୌଡଗୁଡା ପଞ୍ଚୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଖିଲ ବାନାର୍ଜୀଙ୍କୁ ଯୋଗାଯୋଗ କରିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି କାଲିମେଳା ବ୍ଲକ ବେଜାଙ୍ଗିବାଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଲିଗୁଡା ଗ୍ରାମର ଲଛୁ ମାଡିଙ୍କ ଘର କାନ୍ଥ ମଧ୍ୟ ଭୁସୁଡି ପଡିଥିବା ଜଣାପଡିଛି। ଏଭଳି ଜିଲାରେ ଅନେକ ସ୍ଥାନରେ ଲୋକଙ୍କ ମାଟିଘର ଭାଙ୍ଗିଥିବା ସୂଚନା ମିଳିିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ଜନସାଧାରଣ ଦାବି କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories