www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତ ବନ୍ଦ ଆଂଶିକ ସଫଳ

ମାଲକାନଗିରି : ଅପରେସନ ସମାଧାନକୁ ବିରୋଧ କରି ସିପିଆଇ ମାଓବାଦୀ ପକ୍ଷରୁ ଗୁରୁବାର ଦିନିକିଆ ଭାରତବନ୍ଦ ଡାକରା ଦିଆ ଯାଇଥିଲ।। ଗତ ୨୫ ତାରିଖ ଠାରୁ ସଂଗଠନ ପ୍ରତିବାଦ ଦିବସ ପାଳନ କରୁଥିବା ବେଲେ ଗୁରୁବାର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଦେଖିବାକୁ ମିଳିଥିଲ।। ସ୍ୱାଭିମାନ ଅଞ୍ଚଳରେ ବ୍ୟାନର ଓ ପୋଷ୍ଟର ଲଗା ଯାଇଥିବା ବେଳେ ଏହି ବନ୍ଦକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତୀ ପଡିଆ, କାଲିମେଳା ଅଂଚଳରେ ବିଏସଏଫ, ଏସଓଜି ପକ୍ଷରୁ କୁମ୍ବିଂ ଅପରେସନ କରାଯାଇ ସମ୍ପୂର୍ଣ  ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଥିଲ।। ଅନ୍ୟପକ୍ଷରେ ଗତ ସାତଦିନ ଧରି ସରକାରୀ ବସ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲ। ମାଓବାଦୀଙ୍କ ପ୍ରତିବାଦ ସପ୍ତାହ ଅବସରରେ କେନ୍ଦ୍ର ସରକାରଙ୍କ ଅପରେସନ ସମାଧାନକୁ ବିରୋଧ କରି ବସ୍‍ ପୋଡି, ରାସ୍ତା ଅବରୋଧ, ଓ ବ୍ୟାନର ପୋଷ୍ଟର ଲଗା ଯାଇଥିବା ବେଲେ ବିଭିନ୍ନ ଗ୍ରାମରେ ସଭା ସମିତି କରି ମାଓ ସଂଗଠନର କାର୍ଯ୍ୟ ,ଆଦର୍ଶ ଓ ଅଭିମୂଖ୍ୟ ସମ୍ପର୍କରେ ଯୁବ ଗୋଷ୍ଠୀଙ୍କୁ ଜଣାଇ ମାଓ ସଂଗଠନରେ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ଗତ ଅକ୍ଟୋବରରେ ବିଚ୍ଛିନ୍ନାଞ୍ଚଳ ତଥା ବର୍ତ୍ତମାନର ସ୍ୱାଭିମାନ ଅଞ୍ଚଳରେ ପଣସପୁଟଠାରେ ଏନକାଉଣ୍ଟରରେ ମାଓ ନେତ୍ରୀ ମୀନାଙ୍କ ମୃତ୍ୟୁ ଓ ଗତ ସୁନ୍ଦରପାଲ୍ଲୀଠାରେ ଏନକାଉଣ୍ଟର, ଗତ ନଭେମ୍ବରରେ ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ପରେ ମାଓ ସଂଗଠନକୁ ଶକ୍ତ ଧକ୍କା ଲାଗିଥିବା ବେଳେ ରକ୍ତମୂଖା ହୋଇ ଏହାର ଜବାବ ଦେଇ ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ରହିଛି ଏହି ସଂଗଠନ। ତେବେ ଏହି ବନ୍ଦ ଫଳରେ ଉପାନ୍ତ ଓ ଦୁର୍ଗମ ଅଂଚଳରେ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକ ମଧ୍ୟ ବନ୍ଦ ରହିଥିଲ।। କାଁ ଭାଁ ଘରୋଇ ବସ୍‍ ଚାଲୁଥିବା ବେଳେ ଗତକାଲି ସନ୍ଧ୍ୟା ଠାରୁ ଦୂରଗାମୀ ଘରୋଇ ବସ୍ ଗୁଡିକ ମଧ୍ୟ ବାତିଲ କରିଦିଆଯାଇଥିଲ।।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories