www.samajalive.in
Tuesday, December 9, 2025
17.1 C
Bhubaneswar

ନିଆରା ଉଦ୍ୟମ, ୩୦ ବର୍ଷ ଧରି ସାଇକେଲରେ ବୁଲି ନିରୋଗ ଓ ପ୍ରଦୁଶଣ ମୁକ୍ତ ବାର୍ତ୍ତା ଦେଉଛନ୍ତି ଆର୍‍.ଟି.ଓ.

ମାଲକାନଗିରି : ଆର୍‍.ଟି.ଓ. ଅର୍ଥାତ୍‍ ଆଞ୍ଚଳିକ ପରିବହନ ଅଧିକାରୀ, ତେବେ ଏହି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନିଆରା ସଚେତନତା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛିା ସାଇକେଲରେ ବୁଲି ନିରୋଗ ଓ ପ୍ରଦୁଷଣ ମୁକ୍ତ ବାର୍ତ୍ତା ଦେଉଛନ୍ତି। କେବଳ ସରକାରୀ କାମ ଛାଡିଦେଲେ ବାକି ସମୟରେ ଏକ ଭଙ୍ଗା ଦଦରା ସାଇକେଲରେ ଜିଲ୍ଲାସାରା ଘୁରି ବୁଲୁଛନ୍ତି ମାଲକାନଗିରିର ଆର୍‍.ଟି.ଓ. ପ୍ରହଲ୍ଲାଦ କୁମାର ବେହେର।। ତେବେ ଗତ ୩୦ ବର୍ଷ ଧରି ଅର୍ଥାତ୍‍ ଚାକିରି ଜୀବନ ଆରମ୍ଭରୁ ନିଜର ବ୍ୟକ୍ତିଗତ କାର୍ଯ୍ୟ ନିମନ୍ତେ କେବେ ମଧ୍ୟ ସରକାରୀ ଗାଡି ବ୍ୟବହାର କରି ନାହାନ୍ତି କିମ୍ବା ମଟର ସାଇକେଲ କିମ୍ବା ଗାଡି ଚଢି ନାହାନ୍ତିା କେବେଳ ସାଇକେଲରେ ହିଁ ବୁଲୁଛନ୍ତିା ପର୍ବରୁ କେନ୍ଦୁଝର, କଟକ, ଛତ୍ରପୁର, ପ୍ରଭୃତି ଜାଗାରେ ମଧ୍ୟ ଏଭଳି ସାଇକେଲରେ ବୁଲୁଥିବା ସେ କହିଛନ୍ତିା ତେବେ ତାଙ୍କ ବିଭାଗରେ ପାଞ୍ଚଟି ସରକାରୀ ଗାଡି ରହିଥିବା ବେଳେ ମାଲକାନଗିରିରେ ଗତ ଦୁଇବର୍ଷ ପୂର୍ବେ କାର୍ଯ୍ୟରେ ଯୋଗ ଦେଲାପରେ ୫୦୦ ଟଙ୍କା ଦେଇ ଏକ ପୁରୁଣା ସାଇକେଲ କିଣିଥିବା ବେଲେ ୨୦୦ ଟଙ୍କା ଦେଇ ମରାମତି କରିଥିଲ। ସେବେଠାରୁ ଏହି ସାଇକେଲ ହିଁ ତାଙ୍କର ଯାତାୟତର ମାଧ୍ୟମ ପାଲଟିଛି। ଘରଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତିନି କିଲୋମିଟର ହୋଇଥିବା ବେଳେ ନିଜ ଘରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସାଇକେଲରେ ଯାଆନ୍ତିା ସେଠାରୁ ସରକାରଙ୍କ ଗାଡି ବ୍ୟବହାର କରନ୍ତିା ପୁଣି କାର୍ଯ୍ୟ ସମାପ୍ତ ହେଲେ କାର୍ଯ୍ୟାଳୟରୁ ଘର ଯାଏ ସାଇକେଲରେ ଯାଆନ୍ତିା ତେବେ ବର୍ତ୍ତମାନ ସଡକ ସୁରକ୍ଷା ସପ୍ତାହରେ ଆର୍‍.ଟି.ଓଙ୍କ ଏହି ନିଆରା ଉଦ୍ୟମ ସହର ଯାକ ଏଭଳି ସାଇକେଲରେ ବୁଲି ଯୁବ ପୀଢିକୁ ନିରୋଗ, ପ୍ରଦୁଷଣ ମୁକ୍ତର ସଚେତନତା ବାର୍ତ୍ତା ଦେଉଛନ୍ତିା ସେ ଦୈନିକ ୫ ରୁ ୭  କିଲୋମିଟର ସାଇକେଲରେ ବୁଲୁଥିବା ବେଳେ ଗାଡିର ଉଦ୍ଭାବନ ଏବଂ ବ୍ୟବହାର ଅତ୍ୟନ୍ତ ଜରୁରୀ ସମୟରେ ଦରକାର ପଡୁଥିବା ବେଳେ ବ୍ୟବହାର କରିବା ଉଚିତ  ନଚେତ ନିଜର ଛୋଟ ଛୋଟ କାମ ପାଇଁ ସାଇକେଲ କିମ୍ବା ଚାଲି ଚାଲି କାର୍ଯ୍ୟ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ପରିବେଶ ପ୍ରଦୁଷଣ ମୁକ୍ତ ରହେ ଓ ଏହାଦ୍ୱାରା ଦୁର୍ଘଟଣା ମଧ୍ୟ ଦୂର ହୋଇଥାଏ। ତେବେ ଯୁବ ପୀଢି ମ।ନେ ଯେଉଁମାନେ ୨୦ ରୁ ୪୦ ବର୍ଷ ବୟସର ହୋଇଥାନ୍ତି ସେମାନଙ୍କ ମନ ଅତି ଚଞ୍ଚଳ ରହିଥାଏା ଶୀଘ୍ର ପହଞ୍ଚିବାକୁ ଦୃତ ଗତିରେ ଗାଡି ଚଲାଇ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାରୁ ମୃତ୍ୟୁ ମୁଖରେ ପଡନ୍ତିା ତେଣୁ ସଡକ ନିୟମ ମାନିବା ସହ ଆବଶ୍ୟକୀୟ ସ୍ଥଲେ ମଟର ସାଇକେଲ ନଚେତ ନିଜର ବ୍ୟକ୍ତିଗତ ଛୋଟ ଛୋଟ କାର୍ଯ୍ୟ ପାଇଁ ସାଇକେଲ ଚଲାଇବା ଉଚିତ ବୋଲି ସେ ମତ ପ୍ରକାଶ କରିଛନ୍ତିା ତେବେ ବିଶ୍ୱାସ ନ ହେଲେ ବି ଏହା ସତ୍ୟ ଯେ ଜଣେ ଜିଲ୍ଲା ସ୍ତରୀୟ ଏତେବଡ ଅଧିକାରୀ କେବଳ ସରକାରୀ କାମକୁ ବାଦ ଦେଲେ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ସାଇକେଲ ଚଲାଇ ଯେଉଁ ନିଆରା ବାର୍ତ୍ତା ଦେଇଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories