www.samajalive.in
Monday, December 8, 2025
27.1 C
Bhubaneswar

ନିର୍ବାଚନ ହିଂସା ଓ ମାଓ ଦମନ ପ୍ରସଙ୍ଗ : ଓଡିଶା ସମେତ ୪ ରାଜ୍ୟକୁ ନେଇ ସ୍ବତନ୍ତ୍ର ବୈଠକ

ମାଲକାନଗିରି : ଆଜି ଓଡିଶା ସମତେ ଆନ୍ଧ୍ର, ତେଲେଙ୍ଗନା, ଛତିଶଗଡ ଓ ମହରାଷ୍ଟ୍ର ରାଜ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଛତିଶଗଡର ଜଗଦଲପୁରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ଟି ରାଜ୍ୟର ପୁଲିସ ବିଭାଗର ବହୁ ମୁଖ୍ୟ ଓ ପୁଲିସ ଅଧିକାରୀ ଯୋଗ  ଦେଇଛନ୍ତି । ଏଥିରେ ବିଶେଷକରି ମାଓ ହିଂସା ଓ ନିର୍ବାଚନ ବିଶୃଙ୍ଖଳା ଉପରେ ରୋକ ଲଗାଇବାକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି। ତେବେ ଓଡିଶାର ମାଲକାନଗିରି ଜିଲା ସମେତ ଅନେକ ଜିଲା ମାଓମୁକ୍ତ ହେବାରେ ଲାଗିଥିବାବେଳେ ରାଜ୍ୟର କିଛି ଜିଲା ଯଥା କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ନୂଆପଡା ଆଦି ଅଞ୍ଚଳରେ ମାଓବାଦୀ ସକ୍ରିୟ ରହିଥିବା ଗୁଇନ୍ଦା ସୂଚନାରୁ ଜଣାପଡ଼ିଛି। ବର୍ତ୍ତମାନ ଛତିଶଗଡ, ତେଲେଙ୍ଗନା ଓ ମହରାଷ୍ଟ୍ର ଅଞ୍ଚଳରେ ୩୦୦୦ରୁ ଊର୍ଦ୍ଧ୍ବ ସଶସ୍ତ୍ର ମାଓବାଦୀ କାର୍ଯ୍ୟ କରୁଛନ୍ତି। ମାଲକାନଗିରିର ପୂର୍ବତନ ଟପ ମାଓନେତା ତଥା କେନ୍ଦ୍ରୀୟ କମିଟିର ସଦସ୍ୟ ଉଦୟ ସୀମାନ୍ତ ଅଞ୍ଚଳରେ ଏହାର ନେତୃତ୍ବ ନେଇଛନ୍ତି । ବିଶେଷ କରି କେନ୍ଦ୍ରୀୟ ଯବାନ ଓ ସରକାରଙ୍କୁ ଶହଯୋଗ କରୁଥିବା ରାଜ ନେତାଙ୍କୁ ମାଓ ସଙ୍ଗଠନ ଟାର୍ଗେଟ କରିଥିବା ସୂଚନା ପରେ ଏହି ଅଞ୍ଚଳ ସହ ସମସ୍ତ ୫ ରାଜ୍ୟରେ ମାଓ ହିଂସ ରୋକିବାକୁ ଆଜିର ବୈଠକରେ ଆଲୋଚନା କରଯାଇଥିଲା । ଏହାସହ ୫ ରାଜ୍ୟର ସ୍ବତନ୍ତ୍ର ମନୋନୟନ କରଯାଇଥିବା ଯବାନଙ୍କୁ ନେଇ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରଯାଇଥିଲା । ବର୍ତ୍ତମାନ ଏହି ୫ ରାଜ୍ୟରେ ଥିବା ବିଭିନ୍ନ ସୁରକ୍ଷା ବାହିନୀ, ଓଡିଶାର ଡିଏଭିଏଫ ଯବାନ ଭଳି ମାଓବାଦୀଙ୍କ ସହ ମୁକାବିଲା କରିବାରେ ସକ୍ଷମ ଓ ଗରିଲା ଯୁଦ୍ଧରେ ପାରଙ୍ଗମ ରହିଥିବା ସାହସୀ ଯବାନଙ୍କୁ ଅଧିକ ସକ୍ରିୟ କରାଯାଇ ଏହି ସ୍ବତନ୍ତ୍ର ଟାସ୍କ ଫୋର୍ସରେ ଅନ୍ତର୍ଭୁକ୍ତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories