www.samajalive.in
Tuesday, December 9, 2025
16.1 C
Bhubaneswar

ମକର ସଂକ୍ରାନ୍ତି ବିଶେଷ : ରାଶି ଅନୁଯାୟୀ କରନ୍ତୁ ଏହି ଜିନିଷ ଦାନ ,ମିଳିବ ଶୁଭଫଳ

ଆଜି ହେଉଛି ଜାନୁଆରୀ ୧୫ , ପବିତ୍ର ମକର ସଂକ୍ରାନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ, ମକର ସଂକ୍ରାନ୍ତି ଦିନ ପବିତ୍ର ନଦୀରେ ସ୍ନାନ କରିବା ଓ ଦାନ ପୁଣ୍ୟ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାସହ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଦାନର କାର୍ଯ୍ୟ ରାଶି ଅନୁଯାୟୀ କରିବା ଦ୍ୱାରା  ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଏହାସହ ଦାନ ମଧ୍ୟ ଶୁଭ ମୁହୂର୍ତ୍ତରେ କରିବା ଉଚିତ। ଜାଣନ୍ତୁ…….
ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତ ……..
ପୁଣ୍ୟକାଳ ମୁହୂର୍ତ୍ତ ୭:୧୫:୧୪ ରୁ ୧୨:୩୦:୦୦
ଅବଧି – ୫ ଘଣ୍ଟା ୧୪ ମିନିଟ
ମହାପୁଣ୍ୟ ସମୟ – ୭:୧୫:୧୪ ରୁ ୯:୧୫:୧୪
ଅବଧି – ୨ ଘଣ୍ଟା
ସଂକ୍ରାନ୍ତି ସମୟ – ୦୧:୫୩:୪୮
ମକର ସଂକ୍ରାନ୍ତି ପୁଣ୍ୟକାଳର ମହତ୍ତ୍ୱ –
ମକର ସଂକ୍ରାନ୍ତିର ପୁଣ୍ୟକାଳରେ ସ୍ନାନ, ଦାନ, ମନ୍ତ୍ର, ଜପ ତଥା ଅନ୍ୟ ଧାର୍ମିକ କାର୍ଯ୍ୟ ପାଇଁ ବିଶେଷ ମହତ୍ତ୍ୱପୂର୍ଣ୍ଣ ଅଟେ। ସରଳ ଶବ୍ଦରେ କହିବାକୁ ଗଲେ ଏହାକୁ ଶୁଭମୁହୂର୍ତ୍ତ କୁହାଯାଏ।
ନିଜ ରାଶି ଅନୁଯାୟୀ କରନ୍ତୁ ଏହି ଦ୍ରବ୍ୟର ଦାନ ……
ମେଷ – ଗୁଡ଼ ଓ ମସୁର ଡ଼ାଲି ଦାନ କରନ୍ତୁ।
ବୃଷ – ଧଳା ବସ୍ତ୍ର ଓ ଏହି ରଙ୍ଗର ମିଠା ଦାନ କରନ୍ତୁ।
ମିଥୁନ – ସବୁଜ ରଙ୍ଗର କମ୍ବଳ ଦାନ କରନ୍ତୁ।
କର୍କଟ – ଗୋଟା ବିରି ଦାନ କରନ୍ତୁ।
ସିଂହ – ଲାଲ ମସୁର ଓୁ ଶୀତବସ୍ତ୍ର ଦାନ କରନ୍ତୁ।
କନ୍ୟା – ଗୋଟା ମୁଗ ଡ଼ାଲି ଓ କମ୍ବଳ ଦାନ କରନ୍ତୁ।
ତୁଳା – ଧଳା ବସ୍ତ୍ର ଓ ଏହି ରଙ୍ଗ ମିଠା ଦାନ କରନ୍ତୁ।
ବିଛା – ସାତ ପ୍ରକାରର ଚାଉଳ ଦାନ କରନ୍ତୁ।
ଧନୁ – ବୁଟ ଡ଼ାଲି ଓ ହଳଦିଆ ରଙ୍ଗର କମ୍ବଳ ଦାନ କରନ୍ତୁ।
ମକର – ବିରି ଡ଼ାଲି ଓ କଳା ରଙ୍ଗର କମ୍ବଳ ଦାନ କରନ୍ତୁ।
କୁମ୍ଭ – କଳା କମଳ ଓ ସୋରିଷ ତେଲ ଦାନ କରନ୍ତୁ।
ମୀନ – ଚଣା ଡ଼ାଲି ଓ  ହଳଦିଆ ରଙ୍ଗର କମ୍ବଳ ଦାନ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories