www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବିଶେଷ କରି ରାଜ୍ୟର ୧୧ଟି ଜିଲ୍ଲାର ଶ୍ରମିକ ଯେଉଁମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଏହି ପ୍ୟାକେଜ ଲାଗୁ ହେବ। ଏଥି ପାଇଁ ୫ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ସୃଷ୍ଟି କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦୧୫ ମସିହାରେ ପ୍ରସ୍ତୁତ ରାଜ୍ୟ ଆକ୍ସନ ପ୍ଲାନ ଅନୁଯାୟୀ ଏଥିରେ ବରଗଡ଼, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡିକୁ ସାମିଲ କରାଯାଇଛି। ଏହି ପ୍ୟାକେଜରେ ପ୍ରଥମ ପର୍ଯ୍ୟାୟରେ ବରଗଡ଼, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ୨୦ଟି ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୦୦ ଦିନ ବଦଳରେ ୨୦୦ ଦିନ କାମ ଯୋଗାଇ ଦିଆଯିବା ସହ ଦୈନିକ ୧୮୮ ଟଙ୍କା ପରିବର୍ତ୍ତେ ୨୮୬ ଟଙ୍କା ୩୦ ପଇସା ମଜୁରୀ ଦିଆଯିବ।

ଆଜି ଜୟଦେବ ଭବନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ପୃକ୍ତ ୨୦ଟି ବ୍ଲକର ୪୭୭ଟି ପଞ୍ଚାୟତକୁ ଜୀବିକା ମିଶନ ଯୋଜନା ଅଧୀନରେ ସଘନ ପଂଚାୟତ ଭାବେ ଗ୍ରହଣ କରାଯିବ। ଏହି ଯୋଜନା ଅନ୍ତର୍ଗତ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ସେହି ସବୁ ପଂଚାୟତର ପ୍ରତ୍ୟେକ ପରିବାରର ମହିଳା ସଦସ୍ୟମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠିରେ ସାମିଲ କରାଯିବ ସହ ସେମାନଙ୍କୁ ବୀମା ସୁବିଧା ଦିଆଯିବ ସହ ବ୍ୟାଙ୍କ ମିତ୍ର ଭାବରେ ନିଯୁକ୍ତି ଦିଆଯିବ। ଅନ୍ୟାନ୍ୟ ସୁବିଧା ମଧ୍ୟରେ ପକ୍କାଘର ନଥିବା ପରିବାରକୁ ପକ୍କା ଘର ଯୋଗାଇ ଦେବା, ପ୍ରବାସୀ ଶ୍ରମିକଙ୍କୁ ସହାୟତା ପାଇଁ ‘ଶ୍ରମିକ ମିତ୍ର ନିଯୁକ୍ତି ‘ ଏବଂ ଆର୍ଥିକ ସହାୟତା ପାଇବା ପାଇଁ ସହଜ ବ୍ୟବସ୍ଥା ଗ୍ରହଣ କରିବା ରହିଛି।

- Advertisement -

ଏହି ଉତ୍ସବରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories