www.samajalive.in
Saturday, December 6, 2025
26.1 C
Bhubaneswar

ମର୍ମନ୍ତୁଦ ଦୁର୍ଘଟଣାରେ ୬ ମୃତ, ୨୧ ଆହତ

ମୁମ୍ବଇ : ମହାରାଷ୍ଟ୍ରର ବୁଲଧାଣା ଜିଲାରେ ଶନିବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ୨ଟି ବସ୍‌‌ ପରସ୍ପର ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣାରେ ଦୁଇ ମହିଳାଙ୍କ ସହ ଛଅ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୨୧ ଜଣ ଆହତ ହୋଇଛନ୍ତି। ରାତି ପ୍ରାୟ ୨ଟା ୩୦ରେ ମଲକାପୁର ସହରରେ ଏହି ଦୁର୍ଘଟଣା ଘଟିଛି ବୋଲି ପୁଲିସ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ କହିବାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ୨ଟି ବସ୍‌‌ ମଧ୍ୟରୁ ଗୋଟିଏ ଅମରନାଥ ଯାତ୍ରା ପରେ ହିଙ୍ଗୋଲି ଯାଉଥିଲା। ଅନ୍ୟ ଏକ ବସ୍‌‌ଟି ନାସିକ ଅଭିମୁଖେ ଯାଉଥିଲା। ବସଟି ଏକ ଟ୍ରକକୁ ଓଭରଟେକ୍‌‌ କରିବାକୁ ଚେଷ୍ଟା କରିବା ସମୟରେ ଅନ୍ୟ ଏକ ବସ୍‌‌ଟି ସାମ୍ନା ପଟୁ ଆସିଯିବାରୁ ଧକ୍କା ହୋଇଥିଲା। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ଦୁର୍ଘଟଣା ଘଟିବାର ଅନେକ ସମୟ ପର୍ଯ୍ୟନ୍ତ ଯାତାୟତରେ ସମସ୍ୟା ଦେଖାଦେଇଥିଲା। ପରେ ସ୍ୱଭାବିକ ହୋଇଥିଲା।

 

- Advertisement -

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories