www.samajalive.in
Sunday, December 14, 2025
26.1 C
Bhubaneswar

ମର୍ମନ୍ତୁଦ ଦୁର୍ଘଟଣାରେ ୬ ମୃତ, ୨୧ ଆହତ

ମୁମ୍ବଇ : ମହାରାଷ୍ଟ୍ରର ବୁଲଧାଣା ଜିଲାରେ ଶନିବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ୨ଟି ବସ୍‌‌ ପରସ୍ପର ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣାରେ ଦୁଇ ମହିଳାଙ୍କ ସହ ଛଅ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୨୧ ଜଣ ଆହତ ହୋଇଛନ୍ତି। ରାତି ପ୍ରାୟ ୨ଟା ୩୦ରେ ମଲକାପୁର ସହରରେ ଏହି ଦୁର୍ଘଟଣା ଘଟିଛି ବୋଲି ପୁଲିସ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ କହିବାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ୨ଟି ବସ୍‌‌ ମଧ୍ୟରୁ ଗୋଟିଏ ଅମରନାଥ ଯାତ୍ରା ପରେ ହିଙ୍ଗୋଲି ଯାଉଥିଲା। ଅନ୍ୟ ଏକ ବସ୍‌‌ଟି ନାସିକ ଅଭିମୁଖେ ଯାଉଥିଲା। ବସଟି ଏକ ଟ୍ରକକୁ ଓଭରଟେକ୍‌‌ କରିବାକୁ ଚେଷ୍ଟା କରିବା ସମୟରେ ଅନ୍ୟ ଏକ ବସ୍‌‌ଟି ସାମ୍ନା ପଟୁ ଆସିଯିବାରୁ ଧକ୍କା ହୋଇଥିଲା। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ଦୁର୍ଘଟଣା ଘଟିବାର ଅନେକ ସମୟ ପର୍ଯ୍ୟନ୍ତ ଯାତାୟତରେ ସମସ୍ୟା ଦେଖାଦେଇଥିଲା। ପରେ ସ୍ୱଭାବିକ ହୋଇଥିଲା।

 

- Advertisement -

 

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories