www.samajalive.in
Tuesday, December 9, 2025
15.1 C
Bhubaneswar

ମହାରାଷ୍ଟ୍ରରେ ଜମୁଛି ନିର୍ବାଚନ – ବଢୁଛି ହେଭି ୱେଟଙ୍କ ଭିଡ

ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସକାଶେ ଶୁକ୍ରବାର ଶେଷ ଦିନ ରହିଛି। ରାଜ୍ୟର ବହୁ ବଡ଼ ବଡ଼ ନେତା ଆଜି ସେମାନଙ୍କର ମନୋନୟନ ପତ୍ର ଦାଖଲ କରିଛନ୍ତି। ରାଜ୍ୟରେ ଅକ୍ଟୋବର ୨୧ ତାରିଖରେ ଭୋଟ୍‍ ଗ୍ରହଣ ହେବ। ମହାରାଷ୍ଟ୍ର ବିଜେପି ଶାଖା ସଭାପତି ଚନ୍ଦ୍ରକାନ୍ତ ପାଟିଲ୍‍ ପୁଣେର କୋଥ୍ରୁଡ୍‍ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଶିବସେନା ଯୁବଶାଖା ନେତା ଆଦିତ୍ୟ ଠାକରେ ମୁମ୍ବାଇର ୱର୍ଲୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପଙ୍କଜା ମୁଣ୍ଡେ, ଗିରିଶ ମହାଜନ, ସୁରେଶ ଖଡେ ଓ ସୁଭାସ ଦେଶମୁଖଙ୍କ ସମେତ ବିଜେପିର ବହୁ ଉପସ୍ଥିତ ମନ୍ତ୍ରୀ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆଜି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ୍‍ କରାଡ଼ ସାଉଥ୍‍ ଆସନରୁ ଓ ଦେଶମୁଖ ଭ୍ରାତୃଦ୍ୱୟ ଲାତୁର୍‍ର ଦୁଇଟି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଇତିମଧ୍ୟରେ ଏନ୍‍.ସି.ପି. ବିଧାୟକ ଜିତେନ୍ଦ୍ର ଅହାଦ ପାର୍ଟିମୁଖ୍ୟ ଶରଦ ପାୱାରଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ କଲୱା-ମୁମ୍ବ୍ରା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅନ୍ୟ ଜଣେ ଏନ୍‍.ସି.ପି. ନେତା ତଥା ରାଜ୍ୟ ବିଧାନପରିଷଦରେ ବିରୋଧୀ ଦଳ ନେତା ଧନଞ୍ଜୟ ମୁଣ୍ଡେ ତାଙ୍କର ସମ୍ପର୍କୀୟ ବିଜେପି ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ ବିରୁଦ୍ଧରେ ବିଡ୍‍ର ପାର୍ଲେ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାଲା ସୋପାରାରେ ପୂର୍ବତନ ପୁଲିସ୍‍ ଅଫିସର ପ୍ରଦୀପ ଶର୍ମା ଶିବସେନାରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଡୋମ୍ବିବାଲିରୁ ବିଜେପି ମନ୍ତ୍ରୀ ତଥା ଉପସ୍ଥିତ ବିଧାୟକ ରବିନ୍ଦ ଚୌହାନ୍‍ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଥାଣେ ସହରର ଉପସ୍ଥିତ ବିଜେପି ବିଧାୟକ ସଞ୍ଜୟ କେଲକର ମଧ୍ୟ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସିକିମ୍‍ର ପୂର୍ବତନ ରାଜ୍ୟପାଳ ଶ୍ରୀନିବାସ ପାଟିଲ୍‍ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ କନ୍ୟା ତଥା ଉପସ୍ଥିତ ବିଧାୟକ ପ୍ରଣିତୀ ମଧ୍ୟ ଆଜି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories