www.samajalive.in
Saturday, December 6, 2025
26.1 C
Bhubaneswar

ମହାରାଷ୍ଟ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସହାୟତା

ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରି ଅକ୍ଟୋବର-ନଭେମ୍ବର ମାସରେ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷତିର ବିବରଣୀ ନେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଖରିଫ୍‍ ଫସଲ ପାଇଁ ରାଜ୍ୟପାଳ ଏକ ହେକ୍ଟରରୁ ଦୁଇ ହେକ୍ଟର ଚାଷଜମି ପାଇଁ ୮ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ସବୁ ଦିନିଆ ଫସଲ ପାଇଁ ଏକ ହେକ୍ଟରରୁ ଦୁଇ ହେକ୍ଟର ଜମି ପିଛା ୧୮ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

ଏଥି ସହ ପ୍ରଭାବିତ ଅଞ୍ଚଳର ଚାଷ ଜମିଗୁଡ଼ିକ ଉପରୁ ଜମି ରାଜସ୍ୱ ଛାଡ଼ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ପିଲାଙ୍କ ପାଇଁ ସ୍କୁଲ୍‍ କଲେଜ୍‍ ପରୀକ୍ଷା ଫି’ ଛାଡ଼ କରିବା ପାଇଁ ରାଜ୍ୟ ପାଳ ଘୋଷଣା କରିଛନ୍ତି। ପ୍ରଶାସନ ତୁରନ୍ତ ଏହି ସହାୟତା ପ୍ରଦାନ କରିବା ସକାଶେ କୋସିୟାରି ନିର୍ଦ୍ଦେଶ ଦେଇଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories