www.samajalive.in
Saturday, December 6, 2025
26.1 C
Bhubaneswar

ମାହାଙ୍ଗାରେ ଟୀକା ନେବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼

କୁଆଁପାଳ : କୋଭିଡ ଟୀକା ନେବାକୁ ମାହାଙ୍ଗା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଲୋକଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଛି । ମେଡିକାଲ ମଧ୍ୟରେ ଏକ ସଂକୀର୍ଣ୍ଣ ସ୍ଥାନରେ କୋଭିଡ ଟୀକା କରଣ କାର୍ଯ୍ୟ କରାଯାଉଥିବାରୁ ମେଡିକାଲ ପରିସରରେ ଲୋକାରଣ୍ୟ ପରିସ୍ଥିତି ସୃଷ୍ଟି ହେଉଛି । ତେବେ ଲୋକମାନେ ଅମାନିଆ ଭାବେ ଟୀକା କରଣ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ।
ଉକ୍ତ ସ୍ଥଳରେ କରୋନା ସଂକ୍ରମଣ ହେବାର ଆଶଙ୍କା ପ୍ରକାଶ ପାଇବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆଜି ମାହାଙ୍ଗା ମେଡିକାଲ କତୃପକ୍ଷ ମୁଖ୍ୟ ଫାଟକରେ ତାଲାପକାଇ ଦେବାରୁ ଟୀକା ନେବାକୁ ଆସିଥିବା ଶହଶହ ଲୋକ ରାସ୍ତା ଉପରେ ସକାଳୁ ଧାଡ଼ିବାନ୍ଧି ଟୀକା ନେବାକୁ ଅପେକ୍ଷା କରିଛନ୍ତି । ଯାହାଫଳରେ ଏହି ରାସ୍ତା ଉପରେ ମେଡିକାଲ, ଥାନା, ପୋଷ୍ଟ ଅଫିସ ଓ ମାହାଙ୍ଗା ପୂର୍ବାଞ୍ଚଳ କୁ ଯିବା ଆସିବା ପାଇଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତୁରନ୍ତ ବ୍ଲକ ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଅନ୍ୟତ୍ର ଖୋଲା ସ୍ଥାନରେ ଟୀକା କରଣ କାର୍ଯ୍ୟ କରିବାକୁ ସାଧାରଣରେ ଦାବୀ ହୋଇଛି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories