www.samajalive.in
Saturday, December 6, 2025
26.1 C
Bhubaneswar

ନର୍ମଦା ନଦୀକୁ ବସ ଖସିବା ଘଟଣା ; ମୃତ୍ୟୁ ସଂଖ୍ୟା ୧୩, ଉଦ୍ଧାର ହେଲେ ୧୫

ଧାର୍‍ : ମଧ୍ୟପ୍ରଦେଶର ଧାର୍‍ ଜିଲାର ଖଲଘାଟରେ ଆଜି ଏକ ବଡ ଅଘଟଣ ଘଟିଛି। ନର୍ମଦା ନଦୀକୁ ବସ୍‍ ଖସିବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏଯାଏଁ ନଦୀରୁ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ୨୫ ରୁ ୨୭ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳ ୧୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ବସଟିକୁ କ୍ରେନ ମାଧ୍ୟମରେ ନଦୀରୁ ବାହାର କରାଯାଇଛି। ରାସ୍ତା କଡରେ ଯାଉଥିବା ଏକ ଗାଡିକୁ ଦୁର୍ଘଟଣାରୁ ରକ୍ଷା କରିବାକୁ ଯାଇ ବସଟି ଅନିୟନ୍ତ୍ରିତ ହୋଇ ପୋଲର ବାଡ ଭାଙ୍ଗି ୨୫ ଫୁଟ ତଳକୁ ଖସି ପଡିଥିଲା। ବସରେ ପ୍ରାୟ ୫୫ରୁ ଅଧିକ ଯାତ୍ରୀ ଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories