ମୁମ୍ବଇ : ବଲିଉଡ଼ ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର୍ ଏବେ ବଲିଉଡ଼ ଅଭିନେତାଙ୍କ ପତ୍ନୀମାନଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା କରୁଛନ୍ତି। ଯାହାକି ଗୌରୀ ଖାନ୍, ମୀରା ରାଜପୁତ୍ ଓ ଟ୍ୱିଙ୍କଲ୍ ଖନ୍ନାଙ୍କ ଭଳି ତାରକା ପତ୍ନୀଙ୍କ ଉପରେ ଆଧାରିତ ହେବ। ସର୍ବଦା ପରଦା ପଛର ସତ୍ୟତାକୁ ଲୋକଙ୍କ ସମ୍ମୁଖକୁ ଆଣିବାକୁ ଚେଷ୍ଟା କରୁଥିବା ଏହି ନିର୍ମାତା ଅଭିନେତାଙ୍କ ପତ୍ନୀମାନଙ୍କ ଉପରେ ଆଧାରିତ ସ୍କ୍ରିପ୍ଟ ଉପରେ କାମ କରୁଥିବା ସୂଚନା ମିଳିଛି। ଚଳଚ୍ଚିତ୍ରର ନାମ ‘ବଲିଉଡ଼ ୱାଇଭ୍ସ’ ରହିଥିବା ଜଣାପଡ଼ିଛି। ଏନେଇ ମଧୁରଙ୍କୁ ପ୍ରଶ୍ନ କରାଯିବାରୁ ତାଙ୍କ ପ୍ରବକ୍ତା କହିଛନ୍ତି, ମଧୁର କେବଳ ଚଳଚ୍ଚିତ୍ରର ଟାଇଟଲ୍ ପଞ୍ଜିକରଣ କରିଛନ୍ତି କିନ୍ତୁ ଏହାକୁ ନେଇ ଏଯାବତ୍ କୌଣସି କାମ ଆରମ୍ଭ ହୋଇନାହିଁ।
ବଲିଉଡ଼ ତାରକାମାନଙ୍କ ପତ୍ନୀଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବେ ମଧୁର ଭଣ୍ଡାରକର୍!
Popular Categories



