www.samajalive.in
Sunday, December 7, 2025
13.1 C
Bhubaneswar

ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ ମିଳିବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା

ଭଗବାନ ଶ୍ରୀବିଷ୍ଣୁଙ୍କ ପତ୍ନୀ ଦେବୀ ମହାଲକ୍ଷ୍ମୀ ଧନ, ସମ୍ପତ୍ତି , ବୈଭବ ତଥା ସୁଖର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି। ପୌରାଣିକ ମତାନୁସାରେ ଦେବୀ ଲକ୍ଷ୍ମୀଙ୍କ ଜନ୍ମ ସମୁଦ୍ରମନ୍ଥନରୁ ହୋଇଛି। ସମୁଦ୍ର ଠାରୁ ଉତ୍ପନ ସମସ୍ତ ଅମୂଲ୍ୟ ରତ୍ନ ଯେପରି ଶଙ୍ଖ, ମୋତୀ, କଉଡ଼ି ଆଦିର ଅଧିଷ୍ଠାତ୍ରୀ ଦେବୀ ମା’ ଲକ୍ଷ୍ମୀ ଅଟନ୍ତି। କଉଡ଼ି ଏପରି ଏକ ମୂଲ୍ୟବାନ ସମ୍ପଦ ଯାହା ଧନ ସହ ସମାନ। ତେଣୁ ଏହାକୁ ପୂଜା କକ୍ଷରେ ରଖି ପୂଜା କଲେ ମା’ଙ୍କ କୃପା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିମାନେ କି ଉପାୟ କରିବା ଦ୍ୱାରା ମା’ଙ୍କ କୃପା ମିଳିଥାଏ ….
ମେଷ – ଚନ୍ଦନରେ ନିଜ ଆଲମୀରାରେ ‘ଶ୍ରୀ’ ଲେଖନ୍ତୁ।
ବୃଷ – ମା’ଲକ୍ଷ୍ମୀଙ୍କ ନିକଟରେ ଦହି ଓ ଚିନି ଭୋଗ କରି, ସେହି ଭୋଗକୁ ଖାଆନ୍ତୁ।
ମିଥୁନ – ପକ୍ଷୀଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କର୍କଟ – ଧଳା ଗାଈଙ୍କୁ ଘାସ ଖାଇବାକୁ ଦିଅନ୍ତୁ।
ସିଂହ – କୌଣସି ଅସହାୟ ଲୋକଙ୍କୁ ରେଶମୀ ପୋଷାକ ଦାନ ଦିଅନ୍ତୁ।
କନ୍ୟା – ଅତର ବ୍ୟବହାର କରନ୍ତୁ।
ତୁଳା – ମୁଲତାନି ମାଟିର ବ୍ୟବହାର କରନ୍ତୁ।
ବିଛା – ଶୋଇବା କକ୍ଷରେ କର୍ପୂର ଜଳାନ୍ତୁ।
ଧନୁ – ସନ୍ଧ୍ୟା ସମୟରେ ତୁଳସୀଙ୍କ ନିକଟରେ ସୁଦ୍ଧ ଘିଅର ଦୀପ ଲଗାନ୍ତୁ।
ମକର – ନାଭିରେ ଅତର ଲଗାନ୍ତୁ।
କୁମ୍ଭ – ମା’ଲକ୍ଷ୍ମୀଙ୍କ ମନ୍ଦିରରେ ଅଟା ଦାନ କରନ୍ତୁ।
ମୀନ – ଧଳା ଗାଈଙ୍କୁ ମିଠା ଭାତ ଖାଇବାକୁ ଦିଅନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories