www.samajalive.in
Friday, December 12, 2025
26.1 C
Bhubaneswar

ଏକୋଇଶ ପିଲାଙ୍କ ଅଭିଭାବିକା ମା’ କୌଶଲ୍ୟା

ବାରିପଦା  : ଆଜିର ବ୍ୟସ୍ତ ସମାଜ ବ୍ୟବସ୍ଥାରେ ଗୋଟିଏ ପରିବାରର ଦୁଇରୁ ତିନି ଜଣଙ୍କ ପିଲାଙ୍କ ଭବିଷ୍ୟତ ଗଢ଼ିବା ସହ ସେମାନଙ୍କର ଯତ୍ନ ନେବା ଏକ ସମସ୍ୟା ଭାବେ ଉଭା ହୋଇଛି। କିନ୍ତୁ ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ ଗୋବିନ୍ଦାସାହି ଗ୍ରାମର କୌଶଲ୍ୟା ନାୟକ ୨୧ ଜଣ ପିଲାଙ୍କ ଅଭିଭାବିକା ଭାବେ ଚର୍ଚ୍ଚାର ବ୍ୟକ୍ତିତ୍ୱ ପାଲଟିଛନ୍ତି। ବର୍ତ୍ତମାନ ବାରିପଦାସ୍ଥ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟର କର୍ମଚାରୀ ଅଶେନ ନାୟକଙ୍କ ପତ୍ନୀ କୌଶଲ୍ୟା ନାୟକ ତାଙ୍କ ସରକାରୀ ବାସଗୃହରେ ନିଜ ଦୁଇ ଜନ୍ମିତ ଝିଅଙ୍କ ସହ ଅନ୍ୟ ତିନିଜଣ ପିଲାଙ୍କୁ ଆଶ୍ରୟ ଦେବା ସହ ୨୧ଜଣ ପିଲାଙ୍କ ଅଭିଭାବିକା ଭାବେ ନିଜର ଦାୟିତ୍ୱ ନିଷ୍ଠାର ପାଳନ କରୁଛନ୍ତି। ୨୦୦୦ ମସିହାରେ ଶୁକୃଳି ଗୋବିନ୍ଦାସାହିର ଜଣେ ଅଭାବୀ ପରିବାରର ପିତା ତାଙ୍କ ଝିଅକୁ ଠିକ୍‍ ଭାବେ ଯତ୍ନ ନେଇପାରୁ ନଥିବାରୁ ତାଙ୍କ ୫ବର୍ଷର ଝିଅ ରୀନା ଗୁଇଆଙ୍କୁ କୌଶଲ୍ୟାଙ୍କ ନିକଟରେ ରଖି ଯତ୍ନ ନେବାକୁ ଅନୁରୋଧ କରିଥିଲେ। କୌଶଲ୍ୟା ବିନା ଦ୍ୱିଧାରେ ରୀନାଙ୍କୁ ତାଙ୍କ ଘରେ ରଖିବାକୁ ରାଜି ହୋଇଯାଇଥିଲେ। ସେହିଦିନ ଠାରୁ ଶୁକୃଳି ଅଞ୍ଚଳର ବିଭିନ୍ନ ଗ୍ରାମର ବହୁ ଅଭାବୀ ପରିବାର ସେମାନଙ୍କ ସନ୍ତାନ ସନ୍ତତିଙ୍କୁ କୌଶଲ୍ୟାଙ୍କ ନିକଟରେ ଛାଡ଼ିବାକୁ ଲାଗିଲେ। ଏବେ ପ୍ରାୟ ୨୦ ବର୍ଷ ମଧ୍ୟରେ କୌଶଲ୍ୟା ୨୧ଟି ସନ୍ତାନ ସନ୍ତତିଙ୍କ ଅଭିଭାବକ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିବା ସୌଭାଗ୍ୟର ବିଷୟ ବୋଲି କହିଛନ୍ତି।
୨୧ ଜଣ ପିଲାଙ୍କ ମଧ୍ୟରୁ ବର୍ତ୍ତମାନ ତାଙ୍କ ସରକାରୀ ବାସଗୃହରେ ବିଦିଶା, ଆୟୁଷ ଓ ପୀୟୁଷ ରହୁଥିବା ସହ ବିଦିଶା ସ୍ଥାନୀୟ ଶଙ୍ଖପଟା ସ୍କୁଲରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଛି। ସେହିପରି ପୀୟୁଷ ଚତୁର୍ଥ ଶ୍ରେଣୀରେ ଓ ଆୟୁଷ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି। ଏମାନଙ୍କ ଛଡ଼ା ତାଙ୍କ ଗାଁରେ ତାଙ୍କ ମା’ଙ୍କ ତତ୍ତ୍ବାବଧାନରେ ରହି ସରସ୍ୱତୀ ପିଙ୍ଗୁଆ ଓ ଟୁନି ଶୁକୃଳି ମହାବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫୁଲମଣି ଶୁକୃଳୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ରାଧା ତେରଣ୍ଟି ବିଦ୍ୟାଳୟରେ ପଢ଼ୁଛନ୍ତି। ଏହାଛଡ଼ା ଗଙ୍ଗା, ବାସନ୍ତୀ, କ୍ଷଣପ୍ରଭା, ସିଲୁ, ଜାହ୍ଜବୀ, ଟିଟୁ, ଘାସିରାମ, ଅଭିଷେକ, ସଂଗୀତା, ଜେମା, ମୁକ୍ତା ଭୁବନେଶ୍ୱର ସ୍ଥିତ କିସ୍‍ ସଂସ୍ଥାରେ ଅଧ୍ୟୟନ କରୁଛନ୍ତି। କୌଶଲ୍ୟା ବିଭିନ୍ନ ସମୟରେ କିସ ଅନୁଷ୍ଠାନକୁ ଯାଇ ସେଠାରେ ଥିବା ତାଙ୍କ ପିଲାଙ୍କ ଭଲମନ୍ଦ ବୁଝିବା ସହିତ ସେମାନଙ୍କର ଅଭିଭାବକ ରହିଛନ୍ତି।
ଯେଉଁ ସମୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପିଲାମାନଙ୍କର କଲ୍ୟାଣ ପାଇଁ ସଂଗଠିତ ଉଦ୍ୟମରେ କାର୍ଯ୍ୟରତ ସେହି ସମୟରେ କୌଶଲ୍ୟା ନିଜ ସ୍ୱାମୀଙ୍କ ରୋଜଗାର ଅର୍ଥରୁ ଏଭଳି ମହତ କାର୍ଯ୍ୟ କରିବା ନିଶ୍ଚିତ ଭାବେ ବର୍ତ୍ତମାନର ସମାଜ ନିମନ୍ତେ ଉଦାହରଣ। କୌଶଲ୍ୟାଙ୍କ ସ୍ୱାମୀ ଅବସର ନେବାକୁ ଅଳ୍ପ ବର୍ଷ ଥିବାରୁ କୌଶଲ୍ୟା ସଂଗଠିତ ଭାବେ ଏକ ସ୍ୱେଚ୍ଛାସେବୀ ସଂଗଠନ ଗଠନ କରି ତାଙ୍କ ପିୟୁଷୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଆଦର୍ଶରେ କାର୍ଯ୍ୟ କରିବା ନିମନ୍ତେ ଯୋଜନା କରୁଥିବା ଜଣାଇଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories