www.samajalive.in
Saturday, December 6, 2025
26.1 C
Bhubaneswar

ସାପ୍ତାହିକ ହାଟ ଯୋଗୁଁଁ ଟ୍ରାଫିକ ସମସ୍ୟା ବୃଦ୍ଧି, ସ୍ଥାନାନ୍ତର ଦାବି

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ସହରରେ ପ୍ରତ୍ୟେକ ମଙ୍ଗଳବାର ବସଷ୍ଟାଣ୍ଡ ନିକଟସ୍ଥ ମୁଖ୍ୟ ରାସ୍ତା କଡ଼ରେ ସାପ୍ତାହିକ ବଜାର ବସିଥାଏ। ଫଳରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସକାଳୁ ସକାଳୁ ମୁଖ୍ୟ ରାସ୍ତାରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ସେଥିପାଇଁ ଲୋକମାନଙ୍କୁ ରାସ୍ତା ପାରି ହୋଇ ଯିବାକୁ ବହୁତ ସମୟ ଲାଗୁଛି। ଏପରିକି ଏହି ସମୟରେ ଜରୁରୀ ରୋଗୀ ସେବା ପାଇଁ ଆସୁଥିବା ଆମ୍ବୁଲାନ୍ସକୁ ମଧ୍ୟ ବାଟ ମିଳୁନଥିବା ପରିଲକ୍ଷିତ ହୋଇଛି। ଜରୁରୀ କାମ ପାଇଁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରାଫିକ ସମସ୍ୟା ଦେଖାଦେବାରୁ ପୂର୍ବରୁ ଏହି ସାପ୍ତାହିକ ବଜାରଟି ଶିବ ମନ୍ଦିର ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା। ପରେ ପୁଣି କିଛି ମାସ ବିଜୁକଲ୍ୟାଣ ମଣ୍ଡପ ପଛ ପାଖକୁ ମଧ୍ୟ ଆସିଥିଲା। ସେହି ସ୍ଥାନକୁ ମରାମତି ସହିତ ସେଠାରେ ବର୍ତ୍ତମାନ ଲକ୍ଷାଧିକ ଟଙ୍କା ବ୍ୟୟରେ ବଜାର ପିଣ୍ଡି ସହିତ ସେଡ୍ ମଧ୍ୟ ନିର୍ମାଣ ହୋଇସାରିଛି। ହେଲେ କାହିଁକି ବଜାର ପିଣ୍ଡିରେ ବଜାର ବସୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ବଜାର ପୁଣିଥରେ ଏବେ ରାଜରାସ୍ତାରେ ବସୁଥିବାର ଦେଖାଯାଇଛି। ଦିନକୁ ଦିନ ଲୋକଙ୍କ ମ.ରାମପୁର ଉପରେ ନିର୍ଭରଶୀଳତା ବଢୁଥିବା, ସଂପ୍ରତି ସୁଭଦ୍ରା ଯୋଜନା ପାଇଁ ବିଶେଷ ଭାବରେ ଲୋକଙ୍କ ଗହଳି ହେବା ସହିତ ସକାଳୁ ସକାଳୁ ସମସ୍ତ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ଏହି ରାସ୍ତା ଦେଇ ଯାଉଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବଜାର ଉପରେ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ପୁଲିସ ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। ତେଣୁ ତୁରନ୍ତ ନବନିର୍ମିତ ବଜାର ପଡ଼ିଆ(ବିଜୁ କଲ୍ୟାଣ ମଣ୍ଡପ ପଛପାଖ) କିମ୍ବା ଶିବ ମନ୍ଦିର ପଡ଼ିଆକୁ ହାଟ ସ୍ଥାନାନ୍ତର କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories