www.samajalive.in
Friday, December 5, 2025
27.1 C
Bhubaneswar

୨୦୨୮ ଲସ୍ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସ: ଜୁଲାଇ ୧୨ରୁ ୨୯ କ୍ରିକେଟ

ନୂଆଦିଲ୍ଲୀ: ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସ -୨୦୨୮ ଜୁଲାଇ ୧୪ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଦୀର୍ଘ ୧୨୮ ବର୍ଷ ପରେ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସରେ କ୍ରିକେଟରେ ଏକ ଐତିହାସିକ ପୁନରାଗମନ କରିବାକୁ ଯାଉଛି। ଜୁଲାଇ ୧୨ରୁ ୨୯ ପର୍ଯ୍ୟନ୍ତ କ୍ରିକେଟ ଇଭେଣ୍ଟ ପୋମେନା ସହରର ଫେୟାରଗ୍ରାଣ୍ଡ୍‌ସ ଷ୍ଟାଡ଼ିୟମରେ ଖେଳାଯିବ। ଯାହା ଲସ୍‌ ଏଞ୍ଜେଲ୍‌ସ ସହରଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହା କ୍ରିକେଟ ଇତିହାସରେ ଏକ ମାଇଲଖୁଣ୍ଟ ହେବ। କ୍ରିକେଟ ଶେଷ ଥର ପାଇଁ ୧୯୦୦ ପ୍ୟାରିସ ଅଲିମ୍ପିକ୍‌ସରେ ଖେଳା ଯାଇଥିଲା।

ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସରେ କ୍ରିକେଟର ପୁରୁଷ ଓ ମହିଳାରେ ୬ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବେ। ଯେଉଁଥିରେ ୧୮୦ଜଣ ଖେଳାଳି ଟ୍ବେଣ୍ଟି୨୦ ଫର୍ମାଟରେ ପ୍ରତିଦ୍ବନ୍ଦ୍ବିତା କରିବେ। ପ୍ରତି ଦଳରେ ୧୫ଜଣ ଖେଳାଳି ସାମିଲ ହେବେ। ପୁରୁଷ ଓ ମହିଳା ବର୍ଗରେ ୯୦ଜଣ ଖେଳାଳି ରହିବେ। ଏହି ଫର୍ମାଟ ଦର୍ଶକମାନଙ୍କ ପାଇଁ ନୂଆ ଆକର୍ଷଣ କରିବାର ଲକ୍ଷ୍ୟ ରଖିଛି ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସ ଆୟୋଜକ କମିଟି। ଆୟୋଜକ କମିଟି ଅନୁସାରେ, ଅଧିକାଂଶ ମ୍ୟାଚ୍‌ ଦିନରେ ଏବଂ ୨ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ। ଜୁଲାଇ ୧୨ରୁ ୨୦ ପର୍ଯ୍ୟନ୍ତ ମହିଳା ବର୍ଗ ଓ ଜୁଲାଇ ୨୨ରୁ ୨୯ ପର୍ଯ୍ୟନ୍ତ ପୁରୁଷ ବର୍ଗ ମ୍ୟାଚ ଖେଳାଯିବ। ମହିଳା ବିଭାଗରେ ପଦକ ମ୍ୟାଚ ଜୁଲାଇ ୨୦ ଓ ପୁରୁଷ ବିଭାଗ ଜୁଲାଇ ୨୯ରେ ଖେଳାଯିବ। କ୍ରିକେଟ ଅଲିମ୍ପିକ୍‌ସରେ ଥରେ ମାତ୍ର ୧୯୦୦ ପ୍ୟାରିସ ଅଲିମ୍ପିକ୍‌ସରେ ଖେଳା ଯାଇଥିଲା। ଗ୍ରେଟ୍‌ ବ୍ରିଟେନ ଓ ଫ୍ରାନ୍‌ସ ମଧ୍ୟରେ ଦୁଇଦିନିଆ ମ୍ୟାଚ ଖେଳା ଯାଇଥିଲା। ଗ୍ରେଟ୍‌ ବ୍ରିଟେନ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ୧୨୮ ବର୍ଷ ପରେ ଅଲିମ୍ପିକ୍‌ସ ମଞ୍ଚରେ କ୍ରିକେଟକୁ ଦେଖିବାକୁ ମିଳିବ। ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି (ଆଇଓସି) ଦ୍ବାରା ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସ-୨୦୨୮ ଜନପ୍ରିୟତା ବୃଦ୍ଧି ସହ ଜଡିତ। ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳା ଯାଇଥିଲା। ଯାହା ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସରେ କ୍ରିକେଟକୁ ଲୋକପ୍ରିୟତା ବୃଦ୍ଧିରେ ସହାୟକ ହେବ ବୋଲି ଆୟୋଜକ ଆଶା ରଖିଛନ୍ତି।

- Advertisement -

ଅନ୍ୟପକ୍ଷରେ ଲସ୍‌ ଏଞ୍ଜେଲ୍‌ସରେ ତୃତୀୟ ଥର ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସ ଆୟୋଜିତ ହେବାକୁ ଯାଉଛି। ପୂର୍ବରୁ ଲସ୍‌ ଏଞ୍ଜେଲ୍‌ସରେ ୧୯୩୨ ଓ ୧୯୮୪ରେ ଅଲିମ୍ପିକ୍‌ସ ଆୟୋଜିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବ ଜୁଲାଇ ୧୪ରେ ଲସ୍‌ ଏଞ୍ଜେଲ୍‌ସ ସ୍ମାରକୀ ଷ୍ଟାଡ଼ିୟମ ଇଞ୍ଜେଲଉଡ୍‌ରେ ଓ ଉଦ୍‌ଯାପନୀ ସମାରୋହ ଜୁଲାଇ ୩୦ରେ ଆୟୋଜିତ ହେବ। ଜୁଲାଇ ୨୪ରୁ ୩୦ କୁସ୍ତି ଲସ୍‌ ଏଞ୍ଜେଲ୍‌ସ କନଭେନସନ ହଲ୍‌-୨ରେ ଖେଳାଯିବ। ଜୁଲାଇ ୧୫ରୁ ୨୫ ସୁଟିଂ ଓ ଜୁଲାଇ ୧୫ରୁ ୩୦ ପର୍ଯ୍ୟନ୍ତ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହେବ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories