ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନରେ ସିରିଜ ଲୁଟ ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଲୁଟେରାଙ୍କ ଉତ୍ପାତ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ , ଖୋର୍ଦ୍ଧା ସହର ଭିତରେ ୫ରୁ ଅଧିକ ଦୋକାନରେ ସିରିଜ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନର ସଟର ଭାଙ୍ଗି ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିଥିବା ଅଭିଯୋଗ ହୋଇଛି। ବିଭିନ୍ନ ଦୋକାନର ସଟରକୁ ଭାଙ୍ଗି ଦୋକାନ ମଧ୍ୟକୁ ଚୋର ପଶିଥିବା ଅନୁମାନ କରାଯାଉଛି। ଗୋଟିଏ ରାତିରେ ଏକାଧିକ ଦୋକାନରୁ ଲୁଟ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଖୋର୍ଦ୍ଧା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖୋର୍ଦ୍ଧାରେ ସିରିଜ ଲୁଟ
Popular Categories



