www.samajalive.in
Sunday, December 7, 2025
16.1 C
Bhubaneswar

ଗହଣା ଦୋକାନୀଙ୍କ ଡିକି ଭାଙ୍ଗି ଅଳଙ୍କାର ଲୁଟ୍‌

ସିମୁଳିଆ: ଜଣେ ଗହଣା ବ୍ୟବସାୟୀଙ୍କ ବାଇକ୍‌ ଡିକି ଭାଙ୍ଗି କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବାଇକ ଯୋଗ ଆସି ଏହି ଲୁଟ୍‌ କରିଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡି ପଞ୍ଚାୟତ ଗୌଡ଼ପଡା ଗ୍ରାମର କରୁଣାକର ସାହୁ ଜାମୁଝାଡି ବସଷ୍ଟାଣ୍ଡଠାରେ ଥିବା ଜୟନ୍ତୀ ଗହଣା ଦୋକାନରେ ଗତକାଲି ସନ୍ଧ୍ୟାରେ ଦୋକାନ ବନ୍ଦ କରି ଘରକୁ ଯାଉଥିଲେ। ଏହି ସମୟରେ ଜଣେ ଅଚିହ୍ନା ବ୍ୟକ୍ତି କରୁଣାକରଙ୍କୁ ସିମୁଳିଆ ଥାନାକୁ ରାସ୍ତା ପଚାରିଥିଲେ। ସିସିଟିଭି ଫୁଟେଜ୍‌ର ଭିଜୁଆଲ ଅନୁଯାୟୀ, ଆଉଜଣେ ଅଜଣା ବ୍ୟକ୍ତି ପଛପଟୁ ଆସି ବ୍ୟବସାୟୀଙ୍କ ଗାଡ଼ି ଡିକି ଭାଙ୍ଗି ସେଥିରେ ଥିବା ୩୦ ଗ୍ରାମ ଓଜନର ସୁନା ଗହଣା ଓ ୬ କେଜି ଓଜନର ରୁପା ଅଳଙ୍କାର ଲୁଟିନେଇ ଅନ୍ୟ ଏକ ଗାଡ଼ିରେ ଦ୍ରୁତ ଗତିରେ ଚାଲିଯାଇଥିଲେ। ଏ ସଂକ୍ରାନ୍ତରେ କରୁଣାକର ସୁନା ରୁପା ଚୋରି ହୋଇଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସିମୁଳିଆ ପୁଲିସ ଘଟଣାର ତଦନ୍ତ କରୁଛି।

- Advertisement -

ସୂଚନାଯୋଗ୍ୟ, ସିମୁଳିଆ ଥାନା ଅଞ୍ଚଳର ବାରମ୍ବାର ଏଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ହୋଇ ଆସୁଛି। ମାତ୍ର ପୁଲିସ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories