ମୁମ୍ବଇ : ମୁମ୍ବଇର ପୂର୍ବତନ ପୁଲିସ୍ କମିଶନର ପରମବୀର ସିଂହଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି। ଥାଣେ ପୁଲିସ୍ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଜଣେ କୋଠାବାଡ଼ି ନିର୍ମାଣକାରୀ (ବିଲଡର) ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ପରମବୀର ସିଂହ ତାଙ୍କଠାରୁ ଅର୍ଥ ଆଦାୟ କରିବାକୁ ଚାହୁଁଥିଲେ । ଆଉ ୨୭ ଜଣଙ୍କ ବିରୁଦ୍ଧରେ ଏଭଳି ନୋଟିସ୍ ଖୁବ ଶୀଘ୍ର ଜାରି କରାଯିବ। ପୁଲିସ୍ ଉପାୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ଏସ୍ଆଇଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଛି । ପରମବୀର ସିଂହ ବହୁ ବିଲଡରଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରିଥିବାର ଅଭିଯୋଗ ହୋଇଛି ।
Popular Categories



