www.samajalive.in
Wednesday, December 10, 2025
18.1 C
Bhubaneswar

ଲୋକସଭାରେ ‘ତିତ୍‌ଲି’ ଆଲୋଚନା ଆଜି

ନୂଆଦିଲ୍ଲୀ : ସାମୁଦ୍ରିକ ବାତ୍ୟା ତିତିଲି ଓ ଗଜ ପ୍ରଭାବରେ ଓଡ଼ିଶା, ତାମିଲନାଡୁ ଓ କେରଳରେ ଘଟିଥିବା କ୍ଷୟକ୍ଷତି ଆଲୋଚନା ବିଷୟ ଲୋକସଭା କାର୍ଯ୍ୟ ତାଲିକାରେ ସ୍ଥାନ ପାଇଛି। ଧାରା ୧୯୩ ଅନୁଯାୟୀ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ବିଷୟରେ ଆଲୋଚନା ପାଇଁ ବିଜେଡ଼ି ସାଂସଦ ଭର୍ତ୍ତୁହରି ମହତାବ ଓ ଏଆଇଏଡିଏମକେ ସାଂସଦ ଡକ୍ଟର ପି ଭେନୁଗୋପାଳଙ୍କ ନୋଟିସ ଦେଇଥିଲେ। ବାଚସ୍ପତି ସୁମିତ୍ରା ମହାଜନ ଉଭୟ ସାଂସଦଙ୍କ ନୋଟିସକୁ ଗ୍ରହଣ କରି ଆଲୋଚନା ଅନୁମତି ଦେଇଛନ୍ତି। ଡିସେମ୍ବର ୨୭ ଲୋକସଭା କାଯ୍ୟସୂଚୀ ତାଲିକାର ୨୭ ତମ ସ୍ଥାନରେ ତିତିଲି ଆଲୋଚନା ପ୍ରସଙ୍ଗ ସ୍ଥାନ ପାଇଛି। ଚଳିତ ଶୀତକାଳୀନ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ବିରୋଧି ଦଳ ସାଂସଦଙ୍କ ହୋହାଲ୍ଲା ଯୋଗୁଁ ସଂସଦର ଉଭୟ ଗୃହ ଚାଲିପାରି ନାହିଁ। ରାଫେଲ ପ୍ରସଙ୍ଗରେ ଜେପିସି ଗଠନ ପାଇଁ କଂଗ୍ରେସ, ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଶିବସେନା ଓ କାବେରୀ ଜଳ ପ୍ରସଙ୍ଗରେ ତାମିଲାନାଡ଼ୁର ସାଂସଦ ମାନେ ଗୃହ ଚାଲିବାରେ ନିୟମିତ ବାଧା ସୃଷ୍ଟି କରୁଛନ୍ତି। ଖ୍ରୀଷ୍ଟମାସ ଛୁଟି ପରେ ଗୁରୁବାର ସଂସଦର ଉଭୟ ଗୃହ ପୁଣି ଚାଲିବ। ଯଦି ପୂର୍ବଭଳି ଲୋକସଭାରେ କଂଗ୍ରେସ, ଶିବସେନା, ଏଆଇଏଡିଏମକେ ଓ ଡିଏମକେର ସଦସ୍ୟ ହୋହାଲ୍ଲା କରନ୍ତି; ବାଚସ୍ପତି ସୁମିତ୍ରା ମହାଜନ ଲୋକସଭା ମୁଲତବୀ କରିବାକୁ ବାଧ୍ୟ ହେବେ ଏବଂ ତିତିଲି ପ୍ରସଙ୍ଗରେ ଆଲୋଚନା ଧୋଇଯିବ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories