www.samajalive.in
Sunday, December 7, 2025
15.1 C
Bhubaneswar

ଗୋଳାବାରୁଦ କାରଖାନାରେ ଧର୍ମଘଟ ଉପରେ ପ୍ରତିବନ୍ଧକ, ଲୋକସଭାରେ ବିଲ୍ ପାରିତ

ସଂସଦରେ ବିରୋଧୀ ଦଳ ଗୁଡିକ ପ୍ରତିବାଦ ଜାରି ରଖିଥିବା ବେଳେ ଆଜି ଲୋକସଭାରେ ଅତ୍ୟାବଶ୍ୟକ ପ୍ରତିରକ୍ଷା ସେବାରେ ନିୟୋଜିତ ୟୁନିଟରେ ଧର୍ମଘଟକୁ ବାରଣ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଏକ ବିଲ୍ ମଞ୍ଜୁରୀ ଲାଭ କରିଛି। ଏହି ଅତ୍ୟାବଶ୍ୟକ ପ୍ରତିରକ୍ଷା ସେବା ବିଲ୍ ଗୋଳାବାରୁଦ କାରଖାନାର କର୍ମଚାରୀମାନଙ୍କୁ ଧର୍ମଘଟରୁ ବିରତ ରଖିବାକୁ ଲକ୍ଷ୍ୟ ରଖିଛି। ଦେଶର ୪୧ଟି ଗୋଳାବାରୁଦ କାରଖାନାରେ ପ୍ରାୟ ୭୦ ହଜାର ଲୋକ କାମ କରନ୍ତି। ନିମ୍ନ ସଦନରେ ଏହି ବିଲ ଆଗତ କରି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ଯେ ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ସହ ଜଡିତ ଥିବାରୁ ସାଂସଦମାନେ ସର୍ବସମ୍ମତି କ୍ରମେ ଏହି ବିଲ୍ ପାସ୍ କରିବାକୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ସାଂସଦମାନେ ଏହି ବିଲକୁ ନାପସନ୍ଦ କରି ଏକ ସଂକଳ୍ପ ନେଇଛନ୍ତି। ସାଂସଦ ଏନ.କେ ପ୍ରେମଚନ୍ଦ୍ରନ ପରୋକ୍ଷରେ ଏହି ଆଇନ ମାଧ୍ୟମରେ ଗୋଳାବାରୁଦ କାରଖାନାକୁ ଘରୋଇକରଣ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଭାରତରେ ୪୧ଟି ଗୋଳାବାରୁଦ କାରଖାନା ରହିଛି। ପରୋକ୍ଷ ଭାବରେ ସରକାର ଏହାକୁ ଘରୋଇକରଣ କରିବାକୁ ଚେଷ୍ଟା କରୁଛନ୍ତି ତେଣୁ ଧର୍ମଘଟକୁ ନିଷିଦ୍ଧ କରିବା ବିଲ୍’ର ଉଦ୍ଦେଶ୍ୟ। ଏହି ବିଲକୁ ବିରୋଧ କରି ସେ କହିଛନ୍ତି ଯେ ଧର୍ମଘଟକୁ ନିଷିଦ୍ଧ କରିବା ଅର୍ଥ ଶ୍ରମିକମାନଙ୍କର ଆଇନଗତ ଅଧିକାର ଛଡ଼ାଇନେବା।

- Advertisement -

କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଏହାକୁ ଏକ କଠୋର ପଦକ୍ଷେପ ବୋଲି କହିଛନ୍ତି। ଶ୍ରମର ଗଣତାନ୍ତ୍ରିକ ଅଧିକାରକୁ ହଟାଇବା ଏହା ଏକ କଠୋର ପଦକ୍ଷେପ। ଆମେ ସବୁ ବିଷୟରେ ବିତର୍କ କରିବାକୁ ପ୍ରସ୍ତୁତ, କିନ୍ତୁ ପେଗାସସ୍ ଠାରୁ ଏହା ଆରମ୍ଭ କରିବା ଉଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଗୃହରେ ସ୍ୱାଭାବିକ ଅବସ୍ଥା ଥିବାବେଳେ ଏହି ପ୍ରକାର ବିଲ ଉପରେ ଆଲୋଚନା ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଏହି ବିଲ୍ ଜାତୀୟ ସ୍ୱାର୍ଥ ସହ ଜଡିତ। ସେ କହିଛନ୍ତି ଯେ ଏହା ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଯେପରି ଅଭାବ ନ ହେବ ତାହାକୁ ଦୃଷ୍ଟିରେ ରଖି ଏହି ବିଲ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି, ଆମେ ସମସ୍ତ କର୍ମଚାରୀ ସଂଗଠନ ଏବଂ ପ୍ରତିନିଧୀଙ୍କ ସହ କଥା ହୋଇଛୁ। ଏହି ଆଇନ ଆବଶ୍ୟକ ସ୍ଥଳେ କାର୍ଯ୍ୟକାରୀ ହେବ ଏବଂ ମାତ୍ର ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories