www.samajalive.in
Sunday, December 7, 2025
16.1 C
Bhubaneswar

ଲକଡାଉନରେ ଭାରତୀୟଙ୍କ ପ୍ରଥମ ପସନ୍ଦ ବିରିୟାନି

ନୂଆଦିଲ୍ଲୀ : ମହାମାରୀ କୋଭିଡ-୧୯ ଯୋଗୁଁ ଲକଡାଉନ ସମୟରେ ଅନେକ ଲୋକେ ଘରେ ରହି ବିଭିନ୍ନ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ଚେଷ୍ଟା କରିଛନ୍ତି। ଆଉ ଯେଉଁମାନେ ଏସବୁ କରିବାରେ ବିଫଳ ହୋଇଛନ୍ତି ସେମାନେ ନିଜ ପସନ୍ଦର ଖାଦ୍ୟ ପାଇଁ ଅନଲାଇନ୍ ଅର୍ଡର ଆଶ୍ରୟ ନେଇଛନ୍ତି। ଏକ ରିପୋର୍ଟରୁ ଜଣାପଡିଛି ଯେ, ଲକଡାଉନ୍ ସମୟରେ ଭାରତୀୟଙ୍କ ସର୍ବାଧିକ ଚାହିଦା ଥିଲା ବିରିୟାନି।

ହୋମ୍ ଡେଲିଭରୀ ଦେଉଥିବା ସଂସ୍ଥା ସ୍ବଗିର ଷ୍ଟାଟିଷ୍ଟିକାଲ ରିପୋର୍ଟ ଅନୁଯାୟୀ, ଲକଡାଉନ ସମୟରେ ଏପର୍ଯ୍ୟନ୍ତ ଭାରତୀୟମାନେ ନିଜ ପ୍ରିୟ ରେଷ୍ଟୁରାଣ୍ଟରୁ ୫.୫ ମିଲିୟନ୍ ଥରରୁ ଅଧିକ ବିରିୟାନି ଅର୍ଡର କରିଥିଲେ। ଏହା ବ୍ୟତୀତ ବଟର ନାନ ପାଇଁ ୩,୩୫,୧୮୫ ଏବଂ ମସାଲା ଡୋସା ପାଇଁ ୩, ୩୧,୪୨୩ ଥର ଅର୍ଡର ହୋଇଛି।

- Advertisement -

ସ୍ବଗି ରିପୋର୍ଟ ଅନୁଯାୟୀ, ବିରିୟାନି କ୍ରମାଗତ ଭାବେ ଚତୁର୍ଥ ବର୍ଷ ପାଇଁ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ତାଲିକାର ଶୀର୍ଷରେ ରହିଛି। ଏହା ସହ ଲକ୍‌ଡାଉନ ସମୟ ମଧ୍ୟରେ ଚକୋ ଲାଭା କେକ୍ ଦେଢ ଲକ୍ଷ ଥର ଅର୍ଡର ହୋଇଛି।

ଗତ ମାସରେ ବିଭିନ୍ନ ସହରରେ ସ୍ବଗିରେ ହୋଇଥିବା ଅର୍ଡର ଉପରେ କୁହାଯାଇଛି ଯେ, ଗୁଲାବ ଜାମୁନ ୮୪,୫୫୮ ଥର ଏବଂ ବଟରସ୍କଚ୍ ମାଉସେଜ୍ କେକ୍ ୨୭,୩୧୭ ଥର ଅର୍ଡର କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରତିଦିନ ରାତି ପ୍ରାୟ ୮ ଟା ମଧ୍ୟରେ ହାରାହାରି ୬୫ ହଜାର ଖାଦ୍ୟ ଅର୍ଡର କରାଯାଇଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories