www.samajalive.in
Tuesday, December 9, 2025
16.1 C
Bhubaneswar

ମଙ୍ଗଳ ଗ୍ରହ ଅପେକ୍ଷା ଜୀବନରେ ମଙ୍ଗଳ ଖୋଜ : ରାଜ୍ୟପାଳ

ଭୁବନେଶ୍ୱର : ଦି ନ୍ୟୁ ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ ପକ୍ଷରୁ ଭୁବନେଶ୍ୱରରେ ଦୁଇ ଦିନିଆ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ଅପେକ୍ଷା ଜୀବନରେ ମଙ୍ଗଳର ସନ୍ଧାନ କରିବା ଆବଶ୍ୟକ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଏକାନ୍ତ ଆବଶ୍ୟକ ହୋଇ ପଡିଛି। ତେବେ ସମ୍ପ୍ରତି ଦେଶ ଦେଶ ମଧ୍ୟରେ ଯେଉଁଭଳି ଭାବେ ତିକ୍ତତା ବଢ଼ି ଚାଲିଛି ତାହା ଦୂର କରିବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ। ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ର ଗ୍ରୁପ୍‍ ଏଡିଟର୍‍ ପ୍ରଭୁ ଚାୱଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ କଂଗ୍ରେସ୍‍ ନେତା ସଲମାନ୍‍ ଖୁର୍ସିଦ କହିଥିଲେ ଯେ ଲୋକେ ଧର୍ମକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଆଇନ୍‍ ନାମରେ ଲୋକଙ୍କ ଉପରେ ଧର୍ମର ବୋଝକୁ ଲଦିଦେବା ଠିକ୍‍ ନୁହେଁ। ସାବରିମାଲା ମାମଲାରେ ସେ କହିଥିଲେ ଯେ ପ୍ରତ୍ୟେକ ନାଗରିକଙ୍କର ଧାର୍ମିକ ସ୍ୱାଧୀନତା ରହିଛି। ଏହା ଆସ୍ଥା ଓ ବିଶ୍ୱାସର ପ୍ରସଙ୍ଗ। ଏକଦା ସନ୍ଥ କବୀର ଧର୍ମକୁ ନେଇ ଦୁଇ ପ୍ରକାର ଆନ୍ଦୋଳନକୁ ଏକତ୍ର କରିବାର ଯେଉଁ ଉଦ୍ୟମ କରିଥିଲେ ତାହା ଆଜି ଦେଖିବାକୁ ମିଳୁନାହିଁ ବୋଲି ସେ କହିଥିଲେ। ସାଂସଦ ଚନ୍ଦନ ମିତ୍ର କହିଥିଲେ ଯେ ସର୍ବସାଧାରଣରେ ଧର୍ମ ଭାବନା ଜାହିର କରିବା ଜରୁରୀ ନୁହେଁ। ଏଥିପାଇଁ ଆସ୍ଥା ହିଁ ଯଥେଷ୍ଟ। ଅନ୍ୟତମ ଅତିଥି ଭାବେ ସାଂସଦ ରାକେଶ ସିହ୍ନା କହିଥିଲେ ଯେ ଧର୍ମ କେବଳ ଏହାର ପାଳନ କରୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ। କିନ୍ତୁ ରାଜନୈତିକ ଦଳ ଏହାକୁ ନିଜ ଫାଇଦା ପାଇଁ ବ୍ୟବହାର କରିବା ଉଚିତ୍‍ ନୁହେଁ। ଦି ନ୍ୟୁ ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ର ଡେପୁଟି ରେସିଡେଣ୍ଟ ଏଡିଟର୍‍ ଶିବ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories