www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଆଉ ୭ ହଜାର ୧୮୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ; ଏଥି ସହିତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩କୁ ବୃଦ୍ଧି ପାଇଛି

ରାଜ୍ୟରେ ଆଜି ୩୫ କରୋନା ସଂକ୍ରମିତଙ୍କ ମୃତ୍ୟୁ,କରୋନା ଜନିତ ମୃତ୍ୟୁସଂଖ୍ୟା ୨ ହଜାର ୬୮୬କୁ ବୃଦ୍ଧି

- Advertisement -

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତା ପହିଲାରୁ ଖୋଲିବ ; ଏନେଇ ବିଭାଗୀୟ ସଚିବ ଚିଠି ଲେଖି ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ କରିଛନ୍ତି ଅବଗତ

ବିଜୁ ଜନତା ଦଳ ସରକାର ପଞ୍ଚମ ପାଳିର ଦୁଇ ବର୍ଷ କରିଛି ପୂରଣ ; ଲଗାତର ପଞ୍ଚମଥର ପାଇଁ ରାଜ୍ୟ ଶାସନ ମଙ୍ଗ ଧରି ରେକର୍ଡ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଆଉ ଏକ ରେକର୍ଡ ସୃଷ୍ଟି ପାଇଁ ଚଳାଇଛନ୍ତି ଅଭିଯାନ

ଆସନ୍ତା ଡିସେମ୍ବର ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କୁ କରୋନା ଟିକାକରଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ଶୁକ୍ରବାର କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାକୁ ଆଧାର କରି ଜାବଡେକର କହିଛନ୍ତି ଯେ ୨୦୨୧ ଡିସେମ୍ବର ସୁଦ୍ଧା ଦେଶ ୨୧୬ କୋଟି ପାନ (ଡୋଜ୍) ଟିକା ଉତ୍ପାଦନ କରିବ

ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୫ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଅନୁଯାୟୀ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ

ମୁମ୍ବଇ: ଇଂଲଣ୍ଡ ଗସ୍ତରେ ଯାଉଥିବା ଭାରତୀୟ ମହିଳା କ୍ରିକେଟ୍‍ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ କରୋନା ଟିକାର ପ୍ରଥମ ପାନ ନେଇଛନ୍ତି। ଜୁନ୍‍ ୨ରେ ଭାରତୀୟ ପୁରୁଷ କ୍ରିକେଟ୍‍ ଦଳ ସହ ମିଶି ଗୋଟିଏ ସ୍ୱତନ୍ତ୍ର (ଚାର୍ଟର) ବିମାନରେ ଭାରତୀୟ ମହିଳା କ୍ରିକେଟ୍‍ ଦଳ ଇଂଲଣ୍ଡ ଗସ୍ତରେ ଯିବ

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୩ ତମ ଜିଏସଟି ପରିଷଦ ସାମଗ୍ରୀ ଏବଂ ସେବା ଯୋଗାଣ ଉପରେ ଜିଏସଟି ହାରରେ ପରିବର୍ତ୍ତନ ସହ କେତେକ ସୁପାରିଶ କରିଛି ; କୋଭିଡ ଚିକିତ୍ସା ସାମଗ୍ରୀ ଉପରେ କରାଯାଇଛି ଶୁଳ୍କ ଛାଡ

ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ମାଦକଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ (ଏନସିବି) ଗିରଫ କରିଛି। ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ସିଦ୍ଧାର୍ଥଙ୍କୁ ଗିରଫ କରାଯାଇଛି ବୋଲି ଏନସିବି ଶୁକ୍ରବାର କହିଛି

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories