ଗୃହର ସୁନ୍ଦରତା ବଢାଇବା ପାଇଁ ଓ ନିଜର ଅଭୁଲା ସ୍ମୃତିକୁ ସତେଜ ରଖିବା ପାଇଁ ଘରେ ବିଭିନ୍ନ ପ୍ରକାରର ଚିତ୍ର ବା ଛବି ଲଗାଯାଏ। ଏହି ଚିତ୍ର ଭିନ୍ନ ଭିନ୍ନ ପ୍ରକାରର ଯେପରି ରଙ୍ଗୀନ, ସାଧାରଣ, ଛୋଟ, ବଡ଼ ଅଟେ। ଏହାର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡ଼ିଥାଏ। ଏହା ମନକୁ ଶାନ୍ତ କରିବା ସହ କିଛି ଛବି ମନକୁ ବିଚଳିତ କରିଥାଏ। ଭାଗ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ। ଜାଣନ୍ତୁ କେଉଁ ଚିତ୍ର ଜୀବନରେ କି ପ୍ରକାର ପ୍ରଭାବ ପକାଏ….
ଏହି ଚିତ୍ର ଜୀବନରେ ଭରିଦିଏ ଭଲ ପାଇବା –
ଶୟନ କକ୍ଷରେ ନିଜ ବିବାହ ସମୟର ଫଟୋ ଲଗାନ୍ତୁ। ଏହା ଦ୍ୱାରା ଦମ୍ପତ୍ତିଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହେବା ସହ ବୈବାହିକ ଜୀବନ ସୁଖମୟ ହୋଇଥାଏ।
ପତିପତ୍ନୀ ଏକତ୍ରିତ ହସୁଥିବା ଚିତ୍ର ମଧ୍ୟ ଘରେ ନିଶ୍ଚୟ ଲଗାନ୍ତୁ।
ମାତାପିତା, ଭାଇଭଉଣୀଙ୍କ ଫଟୋ ଘରର ଉତ୍ତର ଦିଗରେ ଲଗାଇଲେ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।
ପରିବାର ଯେଉଁ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି ତାଙ୍କ ଫଟୋ ଦକ୍ଷିଣ କାନ୍ଥରେ ଲଗାନ୍ତୁ।
ଘରର ଭୋଜନ କକ୍ଷରେ ସମଗ୍ର ପରିବାର ସଦସ୍ୟଙ୍କ ଏକତ୍ରିତ ଫଟୋ ଲଗାନ୍ତୁ। ଏହା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥାଏ।
ଗୃହରେ ଲଗାନ୍ତୁ ଏଭଳି ଫଟୋ ଜୀବନ ହେବ ସୁଖମୟ
Popular Categories



