ବହୁ ସମୟରେ ଏପରି ପରିଲକ୍ଷିତ ହୋଇଥାଏ ଯେ, ଛୋଟ ଦ୍ରବ୍ୟଟିଏ ମଧ୍ୟ ଖୁବ ଶୁଭଫଳ ପ୍ରଦାନ କରିଥାଏ। ଏପରି ଏକ ଦ୍ରବ୍ୟ ହେଉଛି ସବୁଜ ଗୁଜୁରାତି। ଏହାର ପ୍ରୟୋଗ କେବଳ ଖାଦ୍ୟରେ ସୁଗନ୍ଧ ଓ ସ୍ୱାଦ ପାଇଁ ନୁହେଁ ବରଂ ଏହାକୁ କିଛି ସରଳ ଉପାୟ ଦ୍ୱାରା ବ୍ୟବହାର କରି ଆମେ ବହୁ ଲାଭ ପାଇପାରିବା। ଜାଣନ୍ତୁ ତାହା କ’ଣ ….
ଧନ ବୃଦ୍ଧି ପାଇଁ ନିଜ ପର୍ସରେ ସର୍ବଦା ୫ଟି ଗୁଜୁରାତି ରଖନ୍ତୁ।
ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ଗୁରୁବାର ଦିନ ହଳଦିଆ ବସ୍ତ୍ରରେ ୫ଟି ଗୁଜୁରାତି ରଖି ଗରିବକୁ ଦାନ ଦିଅନ୍ତୁ।
ଆଶା ଅନୁଯାୟୀ ଟଙ୍କା ସଞ୍ଚୟ ଅଥବା ରୋଜଗାର ନ ହୋଇପାରିଲେ ଏକ ହଳଦିଆ କପଡ଼ାରେ ଗୋଟିଏ ଗୁଜୁରାତି ରଖି ତକିଆ ତଳେ ରଖିଲେ, ଏହି ସମସ୍ୟା ଦୂର ହୋଇଯିବ।
ଶିକ୍ଷା କ୍ଷେତ୍ରରେ ଉନ୍ନତି ଚାହୁଁଥିଲେ, ଗୋଟିଏ ଗୁଜୁରାତିକୁ କ୍ଷୀରରେ ଫୁଟାଇ ନିୟମିତ ସାତଟି ସୋମବାର କୌଣସି ଗରିବ ଲୋକଙ୍କୁ ଦିଅନ୍ତୁ।
ନିୟମିତ ଗୋଟିଏ ଗୁଜୁରାତି ଖାଇବା ଦ୍ୱାରା ପାଟିର ର୍ଦୁଗନ୍ଧ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଗୁଜୁରାତିର ଏପରି ବ୍ୟବହାର ଦୂର କରେ ବହୁ ସମସ୍ୟା
Popular Categories



