www.samajalive.in
Tuesday, December 9, 2025
16.1 C
Bhubaneswar

ହସ୍ତ ଆଙ୍ଗୁଠିରୁ ଜାଣନ୍ତୁ ଆପଣଙ୍କ ଜୀବନ ସାଥି ବିଷୟରେ  

ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରିବାକୁ ସଭିଏଁ ଇଚ୍ଛା କରିଥାଆନ୍ତି। ଯଦି ଜୀବନ ସାଥି ସର୍ବଗୁଣ ସମ୍ପନ୍ନ ହୋଇଥିବେ ତେବେ ଆପଣ ସାରା ଜୀବନ ସୁଖ ଓ ଶାନ୍ତିରେ ଅତିବାହିତ କରିପାରିବେ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ , ବ୍ୟକ୍ତିଙ୍କ ହସ୍ତରୁ ତାଙ୍କ ଜୀବନ ସାଥିଙ୍କ ବିଷୟରେ ବହୁ କିଛି ଜାଣି ହୁଏ।

ଯେଉଁ ବ୍ୟକ୍ତିଙ୍କ ହସ୍ତର ଅଙ୍ଗୁଠି ସୁନ୍ଦର ଓ ଆକର୍ଷଣ ଯୁକ୍ତ ହୋଇଥାଏ , ସେମାନଙ୍କ ଜୀବନ ସାଥି ସୁନ୍ଦର ଓ ବୈବାହିକ ଜୀବନ ସୁଖମୟ ହୋଇଥାଏ। 

- Advertisement -

ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଅଙ୍ଗୁଠି ଲମ୍ବା ଓ ପ୍ରତ୍ୟେକ ଅଙ୍ଗୁଠି ଗୁଡ଼ିକ କମ ବ୍ୟବଧାନରେ ଥାଏ ଏବଂ କାଣି ଆଙ୍ଗୁଠି ଅପେକ୍ଷାକୃତ ସାନ ଥାଏ, ସେମାନଙ୍କ ପତ୍ନୀ ସର୍ବଗୁଣ ସମ୍ପନ୍ନ ଓ  କାର୍ଯ୍ୟରେ ତତ୍ପର ଅଟନ୍ତି। ପତିଙ୍କ ସହ ସୁଖଦୁଃଖ ସବୁ ସମୟରେ ସାଥି ହୋଇଥାଆନ୍ତି। 

ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଆଙ୍ଗୁଠି ସାମାନ୍ୟ ବଡ଼ ଓ ଶକ୍ତ ହୋଇଥାଏ, ସେମାନଙ୍କ ପତ୍ନୀ କଥା କଥାରେ କ୍ରୋଧ କରିଥାଆନ୍ତି। ଭ୍ରମଣ କରିବା ସେମାନଙ୍କୁ ଖୁବ ପସନ୍ଦ ହୋଇଥାଏ। 

ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଆଙ୍ଗୁଠି ଖୁବ ଛୋଟ ଓ ଚଉଡ଼ାଯୁକ୍ତ ହୋଇଥାଏ , ସେମାନଙ୍କ ଜୀବନରେ ବାଧାବିଘ୍ନ ସର୍ବଦା ଲାଗିରହିଥାଏ। ମାତ୍ର ବାଧାବିଘ୍ନ ସର୍ତ୍ତେ ନିଜର ନିଷ୍ଠାପଣ ହେତୁ ଜୀବନରେ ଖୁସି ମିଳିଥାଏ। 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories