www.samajalive.in
Tuesday, December 9, 2025
16.1 C
Bhubaneswar

ବିରଳ କୃତିତ୍ୱ ; ମାଟିରେ ଗଢିଲେ ଶଙ୍ଖ, ପ୍ରାକୃତିକ ଧ୍ୱନୀରେ କମ୍ପିଲା ଗାଁ

 

ସୁଆଣ୍ଡୋ ; ମଣିଷର ଚିନ୍ତା ଚେତନା କୁ କଳନା କରିବା ସହଜ ନୁହେଁ । ସେ ନିଜେ କିଛି ନୂଆ କରିବାକୁ  ସବୁବେଳେ ଚାହିଁଥାଏ । ତେବେ ସବୁ ଲୋକ ଏଥିରେ ସଫଳତା ପାଇ ପାରିନଥାନ୍ତି । କିଛି ପ୍ରତିଭାବାନ ବ୍ୟକ୍ତି ଏପରି କାମ କରିଥାନ୍ତି ଯାହା ଜନାଦୃତ ହୋଇଥାଏ । ସେହିପରି  ସଫଳତା ପାଇଥିବା ଜଣେ ମହିଳାଙ୍କ କୃତି ସମ୍ପର୍କରେ  ଜଣାପଡିଛି । ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ କୁତିଆ ଗ୍ରାମର ଉର୍ମିଳା ଦେହୁରୀ (୬୦),  ସ୍ୱାମୀ ହରେକୃଷ୍ଣ ଦେହୁରୀ  ।

- Advertisement -

ଉର୍ମିଳା ନିଜେ ମାଟିରେ ଶଙ୍ଖ ତିଆରି କରିବା ଲକ୍ଷ୍ୟନେଇ କାମ ଆରମ୍ଭ କରିଥିଲେ । ଦୀର୍ଘ ଛଅମାସର ପରିଶ୍ରମର ଫଳ ସ୍ୱରୂପ ଆଜି ମାଟିରେ ଶଙ୍ଖ ତିଆରି କରି ରାଜ୍ୟରେ ଚର୍ଚ୍ଚିତ ହୋଇପାରିଛନ୍ତି । ସେ ଏହାକୁ କଞ୍ଚା ମାଟିରେ ଗଢି ସାରିବା ପରେ ତାକୁ ଭାଟିରେ ପୋଡିଥାନ୍ତି । ଯାହାକି ତାହା ଦୀର୍ଘଦିନ ରହି ପାରିବ । ପ୍ରାକୃତିକ ଶଙ୍ଖର  ଅବିକଳ ଧ୍ୱନୀ ଏହି ମାଟି ରେ ନିର୍ମିତ ଶଙ୍ଖରେ ଶୁଭୁଛି । ଶ୍ରୀମତୀ ଦେହୁରୀଙ୍କ ସଫଳତା ଓ କୃତିତ୍ୱରେ ଖୁସି ହୋଇ ଭୁବନେଶ୍ୱରର ହେଲପ ଲାଇନ ଫାଉଣ୍ଡେସନ ତରଫରୁ ବୁଧବାର ଦିନ ତାଙ୍କୁ କୋଡ଼ିଏ ହଜାର ଟଙ୍କାର ଚେକ୍  ତାଙ୍କ ବାସଭନରେ ପ୍ରଦାନ କରାଯାଇଛି  ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories