www.samajalive.in
Tuesday, December 9, 2025
16.1 C
Bhubaneswar

ଅଚେତ ହେଇ ପଡିଗଲେ, ଜୀବନ ଚାଲିଗଲା

ବଲାଙ୍ଗିର -ବଲାଙ୍ଗିର ଲୋଇସିଂହା ବ୍ଲକ ଯୋଗିସୁର୍ଡା ଗାଁର ଚିତ୍ତରଞ୍ଜନ ମିଶ୍ର । ଛାତିରେ ଯନ୍ତ୍ରଣା ହେଉଥିଲା, ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲେ । ତେଣୁ ସଂପର୍କୀୟଙ୍କ ସହ ବୁଧୁବାର ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଆସିଥିଲେ । ସଂପର୍କୀୟ ବର୍ହି ବିଭାଗ ପାଇଁ ଟିକେଟ କାଟି ଆଣିଥିଲେ । ଅନ୍ୟ ରୋଗୀମାନେ ଧାଡିରେ ଠିଆ ହୋଇଥିବାରୁ ଶ୍ରୀ ମିଶ୍ର ବି ଧାଡିରେ ଠିଆ ହୋଇଥିଲେ ।

ତେବେ କିଛି ସମୟ ଠିଆ ହେବା ପରେ ଅଚେତ ହୋଇ ସେ ପଡିଗଲେ ତଳେ । ସୁରକ୍ଷା କର୍ମୀଙ୍କ ପରାମର୍ଶରେ ତାଙ୍କୁ ଜରୁରୀକାଳୀନ ଚିକିତ୍ସାରେ ଥିବା ଡାକ୍ତରଙ୍କ ପାଖକୁ ନିଆଯାଇଥିଲା । ସେଠାରେ ଡାକ୍ତର ଶ୍ରୀ ମିଶ୍ରଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଜଣାପଡିବା ପରେ ଯୋଗିସୁର୍ଡା ଗାଁରେ ଶୋକ ପ୍ରକାଶ ପାଇଥିବା ବେଳେ ଏମିତି ବି ମୃତ୍ୟୁ ଆସେ ବୋଲି ଆଲୋଚନା ହେଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories