ଲକ୍ଷ୍ମୀପୁର :କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପବିତ୍ର ସାଉନ୍ତା ବିଧାୟକ ଭାବେ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜୁଜନତା ଦଳର ପ୍ରଭୁ ଜାନୀଙ୍କୁ ୨୦,୯୨୨ ଭୋଟ ବ୍ୟବଧାନରେ ହରାଇଛନ୍ତି।କଂଗ୍ରେସର ପବିତ୍ର ସାଉନ୍ତା ୫୮୭୪୧ ଭୋଟ ପାଇଥିବା ବେଳେ ବିଜେଡିର ପ୍ରଭୁ ଜାନୀ ୩୭,୮୧୯ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା ୨୩,୩୧୫ ଭୋଟ ପାଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ ‘ସମାଜ’ ଦ୍ବାରା କରାଯାଇଥିବା ସର୍ଭେରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ବିଜୟ ହେବାନେଇ କୁହାଯାଇଥିଲା।
ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉନ୍ତା ବିଜୟୀ
Popular Categories



