www.samajalive.in
Friday, December 5, 2025
27.1 C
Bhubaneswar

ପଶ୍ଚିମବଙ୍ଗରେ ଶେଷପର୍ଯ୍ୟାୟ ମତଦାନ ଆରମ୍ଭ ; ୩୫ ବିଧାନସଭା ଆସନରେ ଚାଲିଛି ଭୋଟଗ୍ରହଣ

କୋଲକାତା: ପଶ୍ଚିମବଙ୍ଗରେ ଆଜି ଅଷ୍ଟମ ତଥା ଶେଷପର୍ଯ୍ୟାୟ ମତଦାନ ଚାଲିଛି। ରାଜ୍ୟର ୩୫ଟି ବିଧାନସଭା ଆସନରେ ଆଜି ସକାଳ ୭ଟାରୁ ଭୋଟରମାନେ କୋଭିଡ କଟକଣା ମଧ୍ୟରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୨୮୩ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେଉଛି। ମେ ୨ ତାରିଖରେ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସେହିଦିନ କେରଳ, ତାମିଲନାଡୁ, ଆସାମ, ପୁଡୁଚେରୀ ଆଦି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା କରାଯିବ। ଅଭିନେତାରୁ ରାଜନେତା ପାଲଟିଥିବା ମିଥୁନ ଚକ୍ରବର୍ତ୍ତୀ ଆଜି ଉତ୍ତର କୋଲକାତାର କାଶୀପୁର-ବେଲଗାଚିଆର ଏକ ମତଦାନ କେନ୍ଦ୍ରରେ ନିଜର ଭୋଟ ଦେଇଛନ୍ତି। ମତଦାନ କେନ୍ଦ୍ରରେ ସୁରକ୍ଷା କର୍ମଚାରୀଙ୍କ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଦିଗରେ ନିଆଯାଇଥିବା ପଦକ୍ଷେପକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ଏଭଳି ଶାନ୍ତି ଶୃଙ୍ଖଳାରେ ସେ କେବେହେଲେ ଭୋଟ ଦେଇନଥିବା କହିଛନ୍ତି ମିଥୁନ। ରାଜ୍ୟବାସୀ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୬ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏହି ୩୫ଟି ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ ୧୭, କଂଗ୍ରେସ ୧୩ ଓ ବାମଦଳକୁ ୩ଟି ଆସନ ମିଳିଥିବାବେଳେ ବିଜେପିକୁ ଗୋଟିଏ ଏବଂ ଅନ୍ୟମାନଙ୍କୁ ଗୋଟିଏ ଆସନ ମିଳିଥିଲା। ସେହିଭଳି ୨୦୧୯ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଏହି ବିଭିନ୍ନ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏହି ୩୫ଟି ବିଧାନସଭା ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସକୁ ୧୯, ବିଜେପି ୧୧ ଓ କଂଗ୍ରେସ ୫ଟି ଆସନରେ ଆଗୁଆ ରହିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories