www.samajalive.in
Tuesday, December 9, 2025
16.1 C
Bhubaneswar

ସୁସ୍ଥ ରହିବା ପାଇଁ ଖରାଦିନର ପାନୀୟ ‘ଲସି’

ଲସି ଏକ ଏପରି ପାନୀୟ ଯାହା ଅଧିକ ଲୋକେ ପିଇବାକୁ ପସନ୍ଦ କରିଥାଆନ୍ତି। ଖରା ଦିନେ ଏହାର ଚାହିଦା ଅଧିକ ରହିଥାଏ। ଏଥିରେ ଏପରି ପୋଷକ ତତ୍ତ୍ବ ରହିଛି ଯାହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକୀୟ। ଏହା ଅଂଶୁଘାତରୁ ମଧ୍ୟ ରକ୍ଷା କରିଥାଏ। ବଜାରରେ ଖରା ଦିନେ କେଉଁଠି ମିଠା ଲସି ମିଳେ ତ କେଉଁଠି ଖଟାମିଠା ଲସି ମିଳେ। ଏହାସହ ଲସିରେ ଦହି, ପାଣି, କଳା ଲୁଣ, ଗୋଲ ମରିଚ ଗୁଣ୍ଡ, ପୁଦିନା, ହେଙ୍ଗୁ, ନଡିଆ ଓ ଅନେକ ପ୍ରକାରର ଡ୍ରାଏ ଫ୍ରୁଟ୍ସ ପଡିଥାଏ। ଏହାର ମିଶ୍ରଣ ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ।

ଦହି ପିଇବା ଦ୍ବାରା ପେଟ ଥଣ୍ଡା ରହିଥାଏ। ଏହା ପେଟ ଫୁଲିବା ସମସ୍ୟା ଓ କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ଲସିରେ କିଛି ଜିନିଷ ମିଶାଇ ପିଇବା ଦ୍ବାରା ଓଜନ ନିୟନ୍ତ୍ରିତ ହୋଇ ରହିଥାଏ। ତେ​‌ବେ ଆସନ୍ତୁ ଜାଣିବା ସେ ସବୁ କ’ଣ ..

- Advertisement -

ଦହିରେ କଦଳୀ ମିଶାଇ ସକାଳେ ଖାଇବା ଦ୍ବାରା ଓଜନ ନିୟନ୍ତ୍ରିତ ହୋଇ ରହିଥାଏ। ଏହାଦ୍ବାରା ପେଟ ଦରଜ, ଜଳାପୋଡା ସମସ୍ୟରୁ ମୁକ୍ତି ମିଳିଥାଏ।

ଲସିରେ ମିଶ୍ରି, ଗୋଲମରିଚ ଗୁଣ୍ଡ, ସୋନ୍ଧା ଲୁଣ ମିଶାଇ ପ୍ରତିଦିନ ପିଇବା ଦ୍ବାରା ଏସିଡିଟି ସମସ୍ୟାରୁ ମୁକ୍ତି ମିଳିଥାଏ।

ଦହି ସରବତ ପିଇବା ଦ୍ବାରା ଭୋକ ଲାଗି ନ ଥାଏ ଓ ପେଟରେ ଜଳାପୋଡା ସମସ୍ୟା ମଧ୍ୟ ହୋଇ ନ ଥାଏ।

​‌ଯେଉଁ ବ୍ୟକ୍ତିମାନଙ୍କ କୋଷ୍ଠକାଠିନ୍ୟ ସମସ୍ୟା ଥାଏ ସେମାନେ ଦହି ସରବତରେ ଜୁଆଣି ପକାଇ ପିଇବା ଉଚିତ।

ହଜମ କ୍ରିୟାକୁ ଠିକ କରିବା ପାଇଁ ଦହି ସରବତରେ ପୁଦିନା ପତ୍ର ପକାଇ ପିଇବା ଉଚିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories