www.samajalive.in
Monday, December 8, 2025
20.1 C
Bhubaneswar

ଜନ୍ମରୁ ଓବିସି ହୋଇଥିଲେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଦେଇନଥାନ୍ତା ଆରଏସ୍‍ଏସ୍‍ : ମାୟାବତୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ସୁପ୍ରିମୋ ମାୟାବତୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତିକୁ ନେଇ ଟିପ୍ପଣୀ କରିଛନ୍ତି। ଜାତିକୁ ନେଇ ରାଜନୀତିକୁ ଆସିଥିବା ମାୟାବତୀ ଶୁକ୍ରବାର ଏକ ନିର୍ବାଚନୀ ପ୍ରଚାର ସଭାରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଜନ୍ମଗତ ଅନ୍ୟ ପଛୁଆ ବର୍ଗ (ଓବିସି) ନୁହନ୍ତି। ମୋଦୀ ଜନ୍ମରୁ ଓବିସି ହୋଇଥିଲେ ତାଙ୍କୁ ରାଷ୍ଟ୍ରୀୟ ସ୍ୱୟଂ ସେବକସଂଘ (ଆରଏସ୍‍ଏସ୍‍) କେବେ ବି ପ୍ରଧାନମନ୍ତ୍ରୀ ହେବାକୁ ଦେଇନଥାନ୍ତା। ପ୍ରକାଶ ଯେ କିଛି ଦିନ ତଳେ ଏକ ନିର୍ବାଚନୀ ର‍୍ୟାଲିରେ ମୋଦୀ ଏସ୍‍ପି-ବିଏସ୍‍ପି ମେଣ୍ଟକୁ ଜାତିବାଦୀ ଦଳ କହିଥିଲେ।
ଆଜମଗଡ଼ଠାରେ ଏକ ନିର୍ବାଚନୀ ସଭାରେ ମାୟାବତୀ କହିଛନ୍ତି ଯେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ନେଇ ମୋଦୀଙ୍କ ସ୍ୱପ୍ନ ଆଉ ପୁରା ହେବ ନାହିଁ। ମୋଦୀ ଜନ୍ମରୁ ଓବିସି ନୁହନ୍ତି ଓ ଏହା ସାରା ଦେଶ ଜାଣିଛି। ତେଣୁ ତାଙ୍କୁ ଜାତିବାଦର ଉତ୍ପୀଡ଼ନ ସହିବାକୁ ପଡ଼ିନାହିଁ। ନିର୍ବାଚନୀ ପ୍ରଚାର ବେଳେ ମୋଦୀ ଯେଉଁ ଭାଷାର ବ୍ୟବହାର କରୁଛନ୍ତି ସେଥିରୁ ସେ ନିଜ ଜାତିକୁ ନେଇ ଆଶଙ୍କାରେ ଅଛନ୍ତି ବୋଲି ସ୍ପଷ୍ଟ ଜଣାପଡୁଛି। ମେଣ୍ଟକୁ ଜାତିବାଦ କହିବା ଏକ ବକବାସ। ଯିଏ ଜାତିବାଦର ପୀଡ଼ା ସହିଛି ସେ କେବେବି ଜାତିବାଦୀ ହୋଇପାରିବ ନାହିଁ। ସମାଜବାଦୀ ପାର୍ଟି (ଏସ୍‍ପି) ନେତା ଅଖିଳେଶ ଯାଦବ ହେଉଛନ୍ତି ପ୍ରକୃତ ଓବିସି ସେ ମୋଦୀଙ୍କ ପରି କାଗଜପତ୍ରରେ ଓବିସି ନୁହନ୍ତି। ଉଲ୍ଲେଖଯୋଗ୍ୟ ଯେ ଜାତି ରାଜନୀତିରୁ ମାୟାବତୀଙ୍କ ଦଳ ବିଏସ୍‍ପି ଉତ୍ତରପ୍ରଦେଶରେ କ୍ଷମତାକୁ ଆସିଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories